Odia News Portal

ରାଉରକେଲା ପୋଲିସ କବଳରେ ବନ୍ଧୁକ ମାଫିଆ, ୩ ଅଭିଯୁକ୍ତ ଗିରଫ

ରାଉରକେଲା ପୋଲିସ କବଳରେ ବନ୍ଧୁକ ମାଫିଆ । ନାଗାଲାଣ୍ଡ ସରକାରଙ୍କ ଲୋଗୋ ଥିବା ଓ ଲାଇସେନ୍ସ ବନ୍ଧୁକ କହି ବେଆଇନ ଭାବେ ବନ୍ଧୁକ ବିକ୍ରି କରୁଥିଲେ ଅଭିଯୁକ୍ତ । ଆନ୍ତଃରାଜ୍ୟ ବନ୍ଧୁକ ରାକେଟକୁ ଧରିବାରେ ସଫଳ ହେଇଛି ରାଉରକେଲା ପୋଲିସ । ଅବୈଧ ଭାବରେ ବନ୍ଧୁକ ବିକ୍ରି କରୁଥିଲେ ଅଭିଯୁକ୍ତ। ରାଉରକେଲା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ଅଭିଯୁକ୍ତମାନେ ରାଜ୍ୟ ଏବଂ ରାଜ୍ୟ ବାହାରୁ ଖାସ କରି ନାଗାଲାଣ୍ଡ ଭଳି ରାଜ୍ୟରୁ ବେଆଇନ ଭାବରେ ବନ୍ଧୁକ ଆଣି ରାଉରକେଲା ସହରରେ ବିକ୍ରି କରୁଥିଲେ ଅଭିଯୁକ୍ତ । ନକଲି କାଗଜ ପତ୍ର ଏବଂ ନକଲି ଲାଇସେନ୍ସ ଦେଖାଇ ଅସଲ କହି ୫ଲକ୍ଷ ଟଙ୍କାରୁ ନେଇ ୧୦ ଲକ୍ଷ ଟଙ୍କା କହି ଲୋକଙ୍କୁ ବିକ୍ରି କରୁଥିଲେ ଅଭିଯୁକ୍ତ। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟର ନକଲି ସିଲ ଏବଂ ସାଇନ କରି ଚଳାଇଥିଲେ ବେପାର। ବର୍ତ୍ତମାନ ତିନି ଅଭିଯୁକ୍ତକୁ ଗିରଫ କରିଛି ରାଉରକେଲା ପୋଲିସ । ତିନି ଅଭିଯୁକ୍ତ ହେଲେ ରତନ କୁମାର ସା, ରମନଦୀପ ସିଂହ ଓ ମନଦୀପ ସିଂହଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କଠାରୁ ୩ଟି ନାଗାଲାଣ୍ଡ ସରକାରଙ୍କ ଲୋଗୋ ଥିବା ବନ୍ଧୁକ ଓ ୩୫ଟି ଜୀବନ୍ତ ଗୁଳି ଏବଂ ନକଲି ଲାଇସେନ୍ସ ପତ୍ର ଜବତ କରାଯାଇଛି।