Odia News Portal

ପୋଙ୍ଗଲ ପାଳନ କଲେ ପ୍ରଧାନମନ୍ତ୍ରୀ ମୋଦି, ଉତ୍ସବରେ ସାମିଲ ହୋଇ କଲେ ପୂଜାର୍ଚ୍ଚନା

ଆଜି ଦିଲ୍ଲୀର ପୋଙ୍ଗଲ ଉତ୍ସବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହା କେନ୍ଦ୍ରମନ୍ତ୍ରୀ ଏଲ୍. ମୁରୁଗାନଙ୍କ ବାସଭବନରେ ଆୟୋଜନ ହୋଥିଲା । ଉତ୍ସବରେ ସାମିଲ ହେବା ସହିତ ପୂଜାର୍ଚ୍ଚନା ମଧ୍ୟ କରିଥିବା ଜଣାପଡିଛି । ମୋଦି ଲୋକଙ୍କୁ ଶୁଭେଚ୍ଛା ଜଣାଇବା ସହ ଗୋ ସେବା ମଧ୍ୟ କରିଛନ୍ତି ।ସୂଚନାନୁଯାୟୀ, ମୋଦି ସମାବେଶକୁ ସମ୍ବୋଧିତ କରି କହିଥିଲେ, “ଆପଣମାନଙ୍କ ସହିତ ଏହି ପର୍ବଗୁଡ଼ିକୁ ପାଳନ କରିବା ମୋ ପାଇଁ ଏକ ସୌଭାଗ୍ୟର କଥା ।” ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୋଙ୍ଗଲ ଏକ ବିଶ୍ବସ୍ତରୀୟ ପର୍ବ ପାଲଟିଛି । ତାମିଲ ସମ୍ପ୍ରଦାୟ ଏବଂ ସଂସ୍କୃତିକୁ ଭଲ ପାଉଥିବା ଲୋକମାନଙ୍କ ମଧ୍ୟରୁ ସେ ଜଣେ । ଏହି ପର୍ବ ପାଳନ କରିବା ତାଙ୍କ ପାଇଁ ଏକ ସୌଭାଗ୍ୟର କଥା । ଅନ୍ୟପଟେ ଦେଶବାସୀଙ୍କୁ ଏକ ଚିଠିରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି  ପର୍ବଗୁଡ଼ିକ ଆଶା, ସକାରାତ୍ମକତା ଏବଂ କୃତଜ୍ଞତାର ପ୍ରତୀକ । ଯାହା ବିଶେଷ ଭାବରେ କୃଷକମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବାର ଏକ ଅବସର । ଯେଉଁମାନେ ନିଜ କଠିନ ପରିଶ୍ରମ ଦ୍ୱାରା ସମଗ୍ର ଦେଶକୁ ପୋଷଣ କରନ୍ତି ।