ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ମାଘ ମଣ୍ଡେଇ ଯାତ୍ରା, ଟଣା ଗଲା ମାତା ମାଉଲିଙ୍କ ରଥ By Swadhikar News Last updated Jan 31, 2026 ଦୀର୍ଘ ୭୦ରୁ ଉର୍ଦ୍ଧ୍ବ ସମୟ ହେବ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଏବି ନୁଆଗାଁ ପଞ୍ଚାୟତର ଷଣ୍ଢ ଗାଁ ଠାରେ ବେଶ୍ ଧୁମଧାମରେ ପାଳିତ ହେଉଛି ମାଘ ମଣ୍ଡେଇ ଯାତ୍ରା । ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଦୁଇ ଦିନ ଧରି ପାଳିତ ହେଉଛି ଏହି ଯାତ୍ରା । ନିଆରା ଢଙ୍ଗରେ କୋରାପୁଟ ଜିଲ୍ଲା କୋଟପାଡ଼ ଷଣ୍ଢଗାଁ ଠାରେ ପାଳିତ ହୋଇଯାଇଛି ମାଘ ମଣ୍ଡେଇ ଯାତ୍ରା । ରଥଯାତ୍ରାରେ ଯେଭଳି ତିନି ଠାକୁରଙ୍କ ରଥଟଣା ଯାଇଥାଏ ସେହିଭଳି ମାଘ ମଣ୍ଡେଇରେ ମଧ୍ୟ ମାତା ମାଉଲିଙ୍କ ରଥ ଟଣା ଯାଇଥାଏ । ମାତା ମାଉଲିଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ବିଭିନ୍ନ ପଟୁଆର, ଆଞ୍ଚଳିକ ନୃତ୍ୟ, ପୌରାଣିକ ନୃତ୍ୟ, ବାଦ୍ୟର ତାଳେ ତାଳେ ମାତା ମାଉଲି ମା’ ମହାମାୟୀଙ୍କ ମନ୍ଦିରରୁ ଯାଇଥାନ୍ତି । ସେଠାରେ ପହଞ୍ଚିବା ପରେ ଆଦିବାସୀ ରୀତିନୀତି ଅନୁଯାଇ ପୂଜାର୍ଚ୍ଚନା କରାଯାଇଥାଏ ।ମାଘ ମଣ୍ଡେଇ ଯାତ୍ରା କରିବା ଦ୍ୱାରା ବର୍ଷ ସାରା ଗାଁରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ଫସଲ ମଧ୍ୟ ଭଲ ହୋଇଥାଏ । ପୂର୍ବ ପୁରୁଷଙ୍କ କହିବା ଅନୁସାରେ ଦୀର୍ଘ ୭୦ ବର୍ଷ ପୂର୍ବେ ଗାଁରେ ଦୁର୍ଭିକ୍ଷ-ମରୁଡି ଦେଖା ଦେଇଥିଲା । ଏହାର ସମାଧାନ ନିମନ୍ତେ ଛତିଶଗଡ଼ ଅଞ୍ଚଳର ଗୁଣିଆ ଢିଶାରି ଆଣି ପୂଜାର୍ଚ୍ଚନା କରାଯିବା ସହ ମାଘ ମଣ୍ଢେଇ ଯାତ୍ରା କରିବା ଫଳରେ ସୁଖ ସମୃଦ୍ଧି ପୁଣି ଫେରିଥିଲା । ସେହି ଦିନ ଠାରୁ ପ୍ରତି ବର୍ଷ ପାଳିତ ହେଇଛି ମାଘ ମଣ୍ଡେଇ ଯାତ୍ରା ।ଦିନକୁ ଦିନ ଯୁବ ସମାଜ ଆଧୁନିକତା ଢ଼ାଞ୍ଚାରେ ଅଭ୍ୟସ୍ତ ହୋଇ ପରମ୍ପରାକୁ ଭୁଲି ଯାଉଛନ୍ତି, କିନ୍ତୁ କୋଟପାଡ଼ ଷଣ୍ଡଗାଁରେ ଯୁବ ସମାଜ ପରମ୍ପରାକୁ ଜୀବିତ ରଖିବା ସହ ଆହୁରି ଆଗକୁ ନେବାକୁ ଚେଷ୍ଟା ଜାରି ରଖିଛନ୍ତି । swadhikarswadhikar news Share