ଚନ୍ଦ୍ରାନନ୍ଦ ଚମ୍ପୁର ସାଂସ୍କୃତିକ ବିସ୍ଲେସଣ ଓଡ଼ିଶୀ ସଂଗୀତକୁ ବିଶ୍ୱବିଦିତ ପାଇଁ ସୌମ୍ୟଙ୍କ ପ୍ରୟାସ ଅଭିନନ୍ଦନୀୟ :
ଭୁବନେଶ୍ୱର ,ତା 1 ରିଖ l ଓଡ଼ିଆ ସାରସ୍ୱତ ପ୍ରେମୀ ତଥା ଯୁବ ଗବେଷକ, ସାହିତ୍ୟିକ, ଅନୁବାଦକ ତଥା ଗୀତ, ବାଦ୍ୟ, ନୃତ୍ୟ ପ୍ରତି ସମର୍ପିତ ସଂଗୀତ ସାଧକ ସୌମ୍ୟ ବିଶ୍ୱଜିତଙ୍କ ନିଜସ୍ୱ ପ୍ରଚେଷ୍ଟାରେ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ କବିରବି ରାୟଗୁରୁ ମହାପାତ୍ର ବଳଦେବଙ୍କ ଶ୍ରେଷ୍ଠକୃତି ଓ ସୃଷ୍ଟି “କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ”ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି | ପୂର୍ବାହ୍ନ ରେ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ବଳଦେବ କୃତ “କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ”ର 34 ଗୋଟି ଗୀତର ଆଲୋଚନା ପର୍ଯ୍ୟାଲୋଚନା ଓ ଗାୟନ କାର୍ଯ୍ୟକ୍ରମକୁ ଦୂରଦର୍ଶନର ପୂର୍ବତନ ନିର୍ଦେଶକ ତଥା ସାହିତ୍ୟିକ ଡ଼ଃ ଶାନ୍ତନୁ କୁମାର ରଥ, ନୟାଗଡ଼ର ମାନ୍ୟବର ବିଧାୟକ ତଥା କବି ଡ଼ଃ ଅରୁଣ କୁମାର ସାହୁ, ଉତ୍କଳ ସଂଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼, ବିଜୟ କୁମାର ଜେନା,ବିଶିଷ୍ଠ ମହିଳା ସମାଜସେବୀ ଲେଖିକା ତଥା ସ୍ତମ୍ଭକାର ଡ଼ଃ ରୀନା ରାଉତରାୟ, ଗୁରୁ ନିମାକାନ୍ତ ରାଉତରାୟ… ଶୁଭାରମ୍ଭ କରିଥିଲେ | ନିମାକାନ୍ତ ରାଉତରାୟଙ୍କ ଛାତ୍ରଛାତ୍ରୀ ତଥା କଣ୍ଠଶିଳ୍ପୀ ମାନେ ଶ୍ରୀରାଧା ଓ ଶ୍ରୀ କୃଷ୍ଣଙ୍କ ପ୍ରେମଲୀଳାକୁ ନେଇ ରଚିତ ଚମ୍ପୂର “କ” ଗୀତ ଠାରୁ “କ୍ଷ” ପର୍ଯ୍ୟନ୍ତ ଗୀତ ପରିବେଷଣ କରିଥିଲେ l ଗାଇଥିବା ସମସ୍ତ 34ଟି ଚମ୍ପୁ ଗୀତ ପରିବେଷଣ ପୂର୍ବରୁ ଯୁବ ଗବେଷକ, କଣ୍ଠଶିଳ୍ପୀ ସୌମ୍ୟ ବିଶ୍ୱଜିତ ଓଡ଼ିଆ ଚଉପଦୀ ଗୁଡିକର ଇଂରାଜୀ ଭାଷାରେ ସମୀକ୍ଷା କରିଥିଲେ |

ଦିନ 10 ଟାରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ରେସୌମ୍ୟ ବିଶ୍ୱଜିତ୍,ଅନୁଜା ତାରିଣୀ ମିଶ୍ର,ପ୍ରଭାତ ମିଶ୍ର,ସଂଧ୍ୟାରାଣୀ ରାଉତ ପ୍ରୀତିଜ୍ୟୋତ୍ସ୍ନା ଦେଓ,ଚନ୍ଦନ ଜେନାବିଜୟଲକ୍ଷ୍ମୀ ରାଉତରାୟ,,ଅମିତ ପଣ୍ଡା,ତେଜସ୍ଵିନୀ ରଥ,ପ୍ରୀତିନନ୍ଦା ପରିଡ଼ା,ସୁଚିଶ୍ମିତା ନନ୍ଦ,ଦୀକ୍ଷା ମହାନ୍ତି,ରାଜଲକ୍ଷ୍ମୀ ପାତ୍ର,ସୌମ୍ୟରଂଜନ ଗାହାଣ,ମନସ୍ଵିନୀ ମଲ୍ଲିକ ଆଦି ସଂଗୀତ ପରିବେଷଣ କରିଥିଲେ l ବାଦ୍ୟ ଯନ୍ତ୍ର ରେ ଶିଳ୍ପୀ ସୌମ୍ୟ ବିଶ୍ୱଜିତ୍,ଗୁରୁଶ୍ରୀ ନିମାକାନ୍ତ ରାଉତରାୟ,ଗୁରୁଶ୍ରୀ ମୂରଲୀଧର ସ୍ୱାଇଁ,ଗୁରୁଶ୍ରୀ ବୁଦ୍ଧନାଥ ସ୍ୱାଇଁ,ସୌମ୍ୟକାନ୍ତ ମଲ୍ଲିକ,ସଚ୍ଚିଦାନନ୍ଦ ଦାସ,ଧନେଶ୍ଵର ସ୍ୱାଇଁ,ସୀତାକାନ୍ତ ଜେନା,ବିଜୟ କୁମାର ବାରିକ ଦିବାକର ପରିଡ଼ା,ସୁରମଣି ରମେଶ ଚନ୍ଦ୍ର ଦାସ ଆଦି ପ୍ରସିଦ୍ଧ ଗୁରୁ ଓ ବାଦ୍ୟକାର ମାନେ ସହଯୋଗ କରିଥିଲେ l ସନ୍ଧ୍ୟା ଅଧିବେଶନ ଓ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ରେପଣ୍ଡିତ ହରମୋହନ ଖୁଣ୍ଟିଆ,ପଦ୍ମଶ୍ରୀ ଶ୍ୟାମାମଣୀ ପଟ୍ଟନାୟକ,ପ୍ରଫେସର ଡ଼ଃ ନଟବର ଶତପଥୀ,ପଦ୍ମଶ୍ରୀ କୁମକୁମ୍ ମହାନ୍ତି, ଡ଼ଃ ସଙ୍ଗୀତା ଗୋସାଇଁ ଡ଼ଃ କୀର୍ତ୍ତନ ନାରାୟଣ ପାଢ଼ୀ ଆଦି ଯୋଗ ଦେଇ ଏହି ଅଭିନବ ପରିକଳ୍ପନା କୁ ପ୍ରଶଂସା କରିଥିଲେ l “କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ସମ୍ବନ୍ଧିତ ବହୁମୁଖୀ ପୁସ୍ତକର ଶୁଭ ଉନ୍ମୋଚନ ଓ ତାର ଅଭିନବ ସାହିତ୍ୟିକ ଓ ସାଂସ୍କୃତିକ ରୂପାୟନ କାର୍ଯ୍ୟକ୍ରମ ଆଗାମୀ ଦିନରେ ଅନନ୍ୟ ଓଡ଼ିଆ ସାହିତ୍ୟ କୃତି କୁ ବିଶ୍ୱ ସ୍ତରରେ ପହଂଚବାର ଏହି ପରିକଳ୍ପନା ବେଶ ଅଭିନନ୍ଦନୀୟ l ଯୁବକ ମାନେ ଯେତେବେଳେ ଆଧୁନିକ ଓ ପାଶ୍ଚାତ୍ୟ ସଂଗୀତ ପ୍ରତି ଆକର୍ଷିତ,ସେତେବେଳେ ସୌମ୍ୟ ଙ୍କ ଏହି ଚିନ୍ତାଧାରା ବାସ୍ତବିକ ଓଡ଼ିଆ ସାରସ୍ୱତ ଜଗତ ପାଇଁ ଶୁଭ ସୂଚନା l ଯୁବ ଲେଖକ,ସଙ୍ଗୀତଜ୍ଞ, ସଂକଳକ ଓ ସଂସ୍କୃତି ଗବେଷକ ସୌମ୍ୟ ବିଶ୍ୱଜିତଙ୍କ ସଂକଳିତ ଏହି ପୁସ୍ତକଟି କବିସୂର୍ଯ୍ୟ ବଳଦେବ ରଥଙ୍କ ମହାନ କୃତି କିଶୋର ଚନ୍ଦ୍ରlନନ୍ଦ ଚମ୍ପୁ 34 ଟି ଗୀତକୁ ବିସ୍ତୃତ ବିସ୍ଲେସଣ, ସମ୍ପୂର୍ଣ୍ଣ ଅଡିଓ ରେକର୍ଡିଂ ଓ ଦୃଶ୍ୟ ଚିତ୍ରଣ ମାଧ୍ୟମରେ ଆଧୁନିକ ଶୈଳୀରେ ଯୁବପିଢୀଙ୍କ ବୋଧଗମ୍ୟ ଓ ଆକୃଷ୍ଟତା ତଥା ବିଶ୍ୱ ସ୍ତରରେ ପ୍ରସାର ପାଇଁ ଅଭିନବ ପ୍ରୟାସ l ସନ୍ଧ୍ୟରେ ଚମ୍ପୁ ଉପରେ ଆଧାରିତ ନୃତ୍ୟ, ସଂଗୀତ, ସାହିତ୍ୟର ମିଳିତ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
