ଚେନ୍ନାଇ ନିୟୁ ଜଲପାଇଗୁଡି ଟ୍ରେନର ଦୁଇଟି ଜେନେରାଲ ବଗି ଲାଇନଚ୍ୟୁତ By Swadhikar News Last updated Feb 5, 2026 ଆଜି ଯାଜପୁର ଜିଲ୍ଲାର ଜଖପୁରା ଷ୍ଟେସନରେ ଚେନ୍ନାଇ ନିୟୁ ଜଲପାଇଗୁଡି ଟ୍ରେନର ତିନି ଗୋଟି ଜେନେରାଲ ବଗି ଲାଇନଚ୍ୟୁତ ହୋଇଯାଇଛି | ତେବେ ଏଥିରେ କୌଣସି ଯାତ୍ରୀଙ୍କ କିଛି କ୍ଷତି ହୋଇନାହିଁ। ଲାଇନ୍ କାର୍ଯ୍ୟ ଚାଲୁଥିବାବେଳେ ଟ୍ରେନର ଗତି କମ୍ ଥିବାରୁ ଯାତ୍ରୀ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ।ମିଳିଥିବା ସୂଚନା ମୁତାବକ ସକାଳ ୮ ଟା ୫୦ ମିନିଟରେ ଘଟଣା ଘଟିଛି । ଟ୍ରାକ୍ ଚେଞ୍ଜ କରୁଥିବା ବେଳେ ଗୋଟିଏ ଏସି ବଗି ଓ ଦୁଇଟି ଜେନେରାଲ ବଗି ଲାଇନଚ୍ୟୁତ ହୋଇଯାଇଥିଲା | ବର୍ତ୍ତମାନ ତିନୋଟି ବଗିକୁ ପୁଣି ଧାରଣା ଉପରକୁ ଉଠାଇବାକୁ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଯାଜପୁର ରୋଡ ରେଲବାଇ ପୁଲିସ ଉପସ୍ଥିତ ଅଛନ୍ତି। swadhikarswadhikar news Share