ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରସ୍ଥିତ ବିଭିନ୍ନ ମନ୍ଦିରରେ ଚୈତ୍ର ନବରାତ୍ର ଆଜି ଆରମ୍ଭ ହୋଇଛି। ଏହି ଉପଲକ୍ଷେ ମା’ ବ୍ରଜେଶ୍ୱରୀ ମନ୍ଦିର କମିଟି ପକ୍ଷରୁ ଏକ କଳସ ଶୋଭାଯାତ୍ର ଇବ୍ ନଦୀରୁ ପୂଜାର୍ଚ୍ଚନା ପରେ ବାହାରିଥିଲା। ଏହି କଳସ ଶୋଭାଯାତ୍ରାରେ ପ୍ରାୟ ୫୦୦ ଜଣ ମହିଳା ଯୋଗଦେଇ ମଧୁସୂଦନ ଛକରୁ ଶୋଭାଯାତ୍ରାରେ ବାହାରି ଥାନା ରୋଡ଼, ମୁଖ୍ୟ ମାର୍କେଟ୍ ଦେଇ ମନ୍ଦିରକୁ ଆସିଥିଲା। ପ୍ରଶାନ୍ତ ଗଡ ନାୟକ ଓ ସୁନିତା ଗଡ଼ ନାୟକ କର୍ତ୍ତା ଅଛନ୍ତି। ପୂଜକ ବିଭୁତି ଦାଶ, କିଶୋର ଦାଶ, ଜଗଦାନନ୍ଦ ଦାଶ, ଜିତେନ ଚକ୍ରବର୍ତ୍ତୀ ପୂଜାକର୍ଯ୍ୟ କରୁଛନ୍ତି। ମନ୍ଦିରରେ ଚଳିତ ବର୍ଷ ୩୦୧ ଅଖଣ୍ଡ ଦୀପ ପୂଜାର୍ଚ୍ଚନା ପରେ ଜଳାଯାଇଥିବା ମନ୍ଦିର ପରିଚାଳନା କମିଟି ସଭାପତି ସୁଜିତ ମହାନ୍ତି ସୂଚନା ଦେଇଛନ୍ତି। ମାଙ୍କ ୧୬ ଉପଚାର ପୂଜା ପରେ ଚଣ୍ଡୀପାଠ ହୋଇଥିଲା। ପ୍ରଶାନ୍ତ ଗଡ଼ ନାୟକ ଓ ସୁନିତା ସାହୁ କର୍ତ୍ତା ଅଛନ୍ତି। ସେହିପରି ରାମଚଣ୍ଡୀ ସେବା ସମିତି ପକ୍ଷରୁ ମା ରାମଚଣ୍ଡୀ ପୀଠର ପାହାଡ଼ ଉପରେ ଆଜି ନବରାତ୍ର ପୂଜା ଆରମ୍ଭ ହୋଇଛି। ଚିତ୍ରକୁଟରୁ ଆସିଥିବା ପଣ୍ଡିତ ଉପେନ୍ଦ୍ର ଶାସ୍ତ୍ରୀ, ଅରୁଣେଶ ପାଣ୍ଡେ, ସୁଧାକର ପୟା ସି, ପବନ ଗର୍ଗ ଓ ସ୍ଥାନୀୟ ପଣ୍ଡିତ ତେଜ ପ୍ରତାପ ପାଣ୍ଡେ ଯଜ୍ଞ ଓ ପୂଜା କରୁଛନ୍ତି। ଆଜିଠାରୁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଆରମ୍ଭ ହୋଇଛି। ଜମିଦାରୀ ଶାସନ ସମୟରୁ ରାଜପୁର ମା ସମଲେଇ ମନ୍ଦିର ରେ ମଧ୍ୟ ନବରାତ୍ର ଆରମ୍ଭ ହୋଇଛି। ମନ୍ଦିରରେ ବେଶ ଭିଡ଼ ଦେଖିବାକୁ ମିଳିଥିଲା। ସେହିପରି ତାରିଣୀ ମନ୍ଦ୍ରିର, ମଙ୍ଗଳା ମନ୍ଦିର, ଗୁଆଲା ପଡ଼ା ଦୁର୍ଗା ମନ୍ଦିର, ଦୁର୍ଗାନଗର ଦୁର୍ଗା ମନ୍ଦିର, ଆଦିରେ ନବରାତ୍ର ପୂଜା ଆରମ୍ଭ ହୋଇଛି।
