Odia News Portal

BCCI ଘୋଷଣା କଲା ବାର୍ଷିକ ଖେଳ ସୂଚୀ; ବାରବାଟୀରେ ପୁଣି ଫଟାଫଟ୍ କ୍ରିକେଟ୍, ଡିସେମ୍ବରରେ ଭାରତ-ଶ୍ରୀଲଙ୍କା ଟି-20 ଟକ୍କର

ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆସନ୍ତା ୨୦୨୬-୨୭ ଘରୋଇ ସିଜନ୍ ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି। ଆସନ୍ତା ବର୍ଷ ଭାରତୀୟ ମାଟିରେ କ୍ରିକେଟର ଏକ ମହାସମର ଦେଖିବାକୁ ମିଳିବ। ଯେଉଁଥିରେ ବିଶ୍ୱର ୪ଟି ଶକ୍ତିଶାଳୀ ଦଳ ଭାରତ ଗସ୍ତରେ ଆସିବେ। ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା, ଜିମ୍ବାୱେ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍ ଇଣ୍ଡିଆ ମୋଟ ୨୨ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ଯାଉଛି ।ହି ପୂରା ସିଜନ୍‌ର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହାର ବ୍ୟାପ୍ତି। ଭାରତର ୧୭ଟି ଭିନ୍ନ ଭିନ୍ନ ସହରରେ ଏହି ମ୍ୟାଚ୍‌ଗୁଡ଼ିକ ଆୟୋଜିତ ହେବ। ବିସିସିଆଇର ଏହି ନିଷ୍ପତ୍ତି ଫଳରେ ଦେଶର କୋଣ ଅନୁକୋଣରେ ଥିବା କ୍ରିକେଟ୍ ପ୍ରଶଂସକମାନେ ନିଜ ସହରର ଷ୍ଟାଡିୟମ୍‌ରେ ବସି ନିଜ ପ୍ରିୟ ଖେଳାଳିଙ୍କୁ ଚିୟର କରିବାର ସୁଯୋଗ ପାଇବେ ।