ନିମାପଡ଼ାରେ ଥମୁନି ସମୀର ପ୍ରଭାତୀଙ୍କ ମଧ୍ୟରେ କଳି । ଏବେ ଏହି କଳି ସୃଷ୍ଟି ହୋଇଛି ନିମାପଡ଼ାରେ ଚାଲିଥିବା ବାଲି ଚୋରୀକୁ ନେଇ । ବାଲି ଚୋରୀକୁ ନେଇ କିଛିଦିନ ହେବ ନିମାପଡ଼ା ରାଜନୀତି ସରଗରମ ରହିଛି । ତେବେ ଏହାରି ଭିତରେ ବାଲି ଚୋରୀକୁ ନେଇ ଅପାଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ଭାଇନା । ପ୍ରଭାତୀ ଟିମ ହିଁ ବାଲି ଚୋରୀ କରୁଛି । ବାଲିଚୋରୀର ପ୍ରମୁଖ ଭାଗରେ ଅଛନ୍ତି ଜୟନ୍ତ ରାୟ । ସେ ହେଉଛନ୍ତି ପ୍ରଭାତିଙ୍କ ଖାସ ଲୋକ । ପୁରା ବାଲି ଚୋରୀରେ ଉପମୁଖ୍ୟମନ୍ତ୍ରୀ ଟିମ ହିଁ ସଂପୃକ୍ତି ଅଛି ବୋଲି ବୋଲି ସମୀର ଅଭିଯୋଗ ଆଣିଛନ୍ତି । ନିମାପଡ଼ାରେ ବ୍ୟାପକ ହରିଲୁଟ ହେଉଛି । ସାରା ରାଜ୍ୟରେ ବିକାଶର ଧାରା ଚାଲିଥିବା ବେଳେ ନିମାପଡାରେ ବ୍ୟାପକ ହରିଲୁଟ ହେଉଛି । ନିମାପଡାରେ ବେଆଇନ ବାଲି ଲୁଟ ହେଉଥିବା ଅଭିଯୋଗ ସେ ଆଣିଥିଲେ । ଏହା ପରେ ଜିଲା ପ୍ରଶାସନ ଓ ଖଣି ଅଧିକାରୀଙ୍କ ଚଢ଼ାଉ କରିଥିଲେ। ହେଲେ ଚଢ଼ାଉ କରିବାର କିଛି ଦିନ ପରେ ଜିଲ୍ଲାରୁ ଖଣି ଅଧିକାରୀଙ୍କ ରାତା ରାତି ବଦଳୀ ହୋଇଯାଇଥିଲା । ଯାହାକୁ ନେଇ ସମୀର ଦାଶ ପ୍ରଶ୍ନ ଉଠାଇଛନ୍ତି । ଏଥି ସହିତ ଆଗାମୀ ପଂଚାୟତ ନିର୍ବାଚନ ପାଇଁ ଲଢେଇ ଜାରି ରାଖିବାର ତାଙ୍କ ସମର୍ଥକଙ୍କୁ ଆହ୍ବାନ ଦେଇଛନ୍ତି । ତାଙ୍କର ଏଭଳି ଆହ୍ବାନ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉଦେଶ୍ୟରେ ଥିଲା ବୋଲି କୁହାଯାଉଛି । ସମୀରଙ୍କ ଏହି ଭଳି ଅଭିଯୋଗ ପରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।
ସୂଚନା ଅନୁସାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ପୂର୍ବତନ ନିମାପଡାର ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାଶ ଗୋପ ପୂର୍ତ୍ତ ବିଭାଗ ବଙ୍ଗଳାରେ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ । ଜନ୍ମଦିନ ପାଳନ ଅବସରରେ ସମୀର ଏଭଳି ସଂଙ୍ଗୀନ ଅଭିଯୋଗ ଆଣିଥିଲେ । ଧର୍ମେନ୍ଦ୍ରଙ୍କ ଜନ୍ମ ଦିନ ପାଳନ ବେଳେ ପ୍ରଭାତୀ ପରିଡ଼ାଙ୍କୁ ଭାଇନାଙ୍କ ଏଭଳି ଆଟାକ ରାଜନୈତିକ ଚର୍ଚ୍ଚାକୁ ବଢ଼ାଇଦେଇଛି ।
