ବାବା ଲିଙ୍ଗରାଜଙ୍କ କ୍ଷେତ୍ର ଭୁବନେଶ୍ୱରରୁ ବାବା ବିଶ୍ୱନାଥ ଙ୍କ ପୀଠ ବାରଣାସୀ ଅଭିମୁଖେ ବାହାରିଲେ ୩୦ ଯୁବକ। ବାବା ଲିଙ୍ଗରାଜଙ୍କ କ୍ଷେତ୍ର ଭୁବନେଶ୍ୱରରୁ ବାବା ବିଶ୍ୱନାଥ ଙ୍କ ପୀଠ ବାରଣାସୀ ଅଭିମୁଖେ ବାହାରିଲେ ୩୦ ଯୁବକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସକୁ ସ୍ମରଣୀୟ କରିବା ପାଇଁ ଆୟୋଜିତ ହେଉଛି ଦେଶବ୍ୟାପୀ ସେବା ସଂକଳ୍ପ ଅଭିଯାନ । ଏହି ଅଭିଯାନରେ ବାରଣାସୀରୁ ବଡ଼ନଗର ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ବାଇକ୍ ଯାତ୍ରା ଅନୁଷ୍ଠିତ ହେବ।ଏହି ଯାତ୍ରାରେ ସାମିଲ ହେବା ପାଇଁ ବିଜେପି ଯୁବ ମୋର୍ଚ୍ଚାର ୩୦ ଜଣିଆ ଏକ ଦଳ ଭୁବନେଶ୍ୱର ରେଳ ଷ୍ଟେସନରୁ ଟ୍ରେନ୍ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଦେଖାଇ ଏହି ଯୁବକମାନଙ୍କ ଯାତ୍ରାର ଶୁଭାରମ୍ଭ କରିଛନ୍ତି ।ବାରଣାସୀରୁ ବଡ଼ନଗର ପର୍ଯ୍ୟନ୍ତ ପ୍ରାୟ ୧୮୦୦ କିଲୋମିଟର ପରିବ୍ୟାପ୍ତ ଏହି ବାଇକ୍ ଯାତ୍ରା ମାଧ୍ୟମରେ ଯୁବକମାନେ ଦେଶରେ ହୋଇଥିବା ବିକାଶ ଓ ପରିବର୍ତ୍ତନକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ‘ବିକଶିତ ଭାରତ’ର ସଂକଳ୍ପ ନେବେ । ବାବା ଲିଙ୍ଗରାଜଙ୍କ ପୀଠରୁ ଯାଇ ବାବା ବିଶ୍ୱନାଥ ଓ ସୋମନାଥଙ୍କ ପୀଠ ପର୍ଯ୍ୟନ୍ତ ଏହି ଅଭିଯାନ ଯୁବପିଢ଼ିଙ୍କ ମଧ୍ୟରେ ଏକ ନୂଆ ଉଦ୍ଦୀପନା ଭରିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ
