ପୂର୍ବତନ ବିଜେପି ବିଧାୟକ ସ୍ବର୍ଗତ ବିଷ୍ଣୁ ସେଠୀ ଙ୍କ ଆଜି ଚତୁର୍ଥ ଶ୍ରାଦ୍ଧ ବାର୍ଷିକ ତିହିଡି ଠାରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯଇଛି, ଆଜିର ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟସଭା ସାଂସଦ ମନମୋହନ ସାମଲ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମହୋଦୟ, ମନ୍ତ୍ରୀ ରବି ନାରାୟଣ ନାୟକ, ଙ୍କ ସମେତ ଭଦ୍ରକ ସାଂସଦ, ବିଧାୟକ ଙ୍କ ସମତେ ଅନେକ ନେତୃ ମଣ୍ଡଳୀ ପହଂଚି ପହଂଚି ବିଷ୍ଣୁ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, ସ୍ବର୍ଗତ ବିଷ୍ଣୁ ସେଠୀ ଙ୍କ ରାଜନୈତିକ ଯିବନି ବିଷୟରେ ଆଲୋଚନା କରିଥିଲେ,ଏକାଧାରରେ ସେ ଜଣେ କବି, ନେତା, ସାହିତ୍ୟିକ ଥିଲେ, ବିଷ୍ଣୁ ସେଠୀ କେବଳ ଭଦ୍ରକ ନୁହଁ ସାରା ରାଜ୍ୟର ଜଣେ ଅନନ୍ୟ ନେତା ଥିଲେ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଆଜିର ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଷ୍ଣୁ ସେଠୀ ଙ୍କ ଘାସଫୁଲ କବିତା ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିଲା
