ନୂଆଦିଲ୍ଲୀ: ଦେଶରେ ପ୍ରାୟ ୧୧ଟି ରାଜ୍ୟରେ ୪୮ ଡେଲଟା ପ୍ଲସ ମାମଲା ଚିହ୍ନଟ ହୋଇଛନ୍ତି। ୧୮ଟି ଜିଲାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୨୦ଟି ଡେଲଟା ପ୍ଲସ ମାମଲା ରହିଛି। ସମଗ୍ର ଦେଶ ପାଇଁ ଏହା ଏବେ ଚିନ୍ତାର କାରଣ ପାଲଟିଛି। ବିଶ୍ୱର ପ୍ରାୟ ୧୨ଟି ଦେଶରେ ଏହି ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି। ଏହି ଭୂତାଣୁରେ ଏଯାଏଁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ମଧ୍ୟପ୍ରଦେଶରେ ୨ ଜଣ ଓ ମହାରାଷ୍ଟ୍ରରେ ଜଣଙ୍କର ମୃତ୍ୟୁ ଘଟିଛି।
