Odia News Portal

ଜୟସୁରିୟାଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କ ବ୍ୟବକ୍ତିଗତ ଜୀବନର କିଛି ବିବାଦୀୟ କଥା

ନୂଆଦିଲ୍ଲୀ: ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ସନଥ ଜୟସୁରିୟାଙ୍କ ଆଜି ହେଉଛି ଜନ୍ମଦିନ । ୫୨ ବର୍ଷ ବୟସରେ ପାଦ ଥାପିଛନ୍ତି ଏହି କିମ୍ବଦନ୍ତୀ କ୍ରିକେଟର । ଖେଳ ଜୀବନରେ ବେଶ ରେକର୍ଡ କରିଥିବା ଜୟସୁରିୟା କିନ୍ତୁ ବ୍ୟକ୍ତିଗତ ଜୀବନରେ ଥିଲେ ବେଶ ବିବାଦୀୟ । ସେ ତିନିଜଣଙ୍କ ବିବାହ କରିଥିଲେ । ମାତ୍ର କେହି ବି ତାଙ୍କ ସହ ରହିନାହାଁନ୍ତି । ଜୟସୁରିଆ ପ୍ରଥମେ ୧୯୯୮ରେ କରୁଣନାୟକଙ୍କୁ ବିବାହ କରିଥିଲେ । ମାତ୍ର ଏହି ବିବାହ ମାତ୍ର ଗୋଟିଏ ବର୍ଷରେ ଭାଙ୍ଗିଯାଇଥିଲା ।

ଏହାପରେ ୨୦୦୦ ମସିହାରେ ଏୟାର ହଷ୍ଟେସ ସାନ୍ଦ୍ରା ଡିସିଲଭାଙ୍କୁ ବିବାହ କରିଥିଲେ । ମାତ୍ର ତାଙ୍କୁ ଛାଡପତ୍ର ଦେଇ ୨୦୧୨ ମସିହାରେ ସେ ମଲିକା ସିରିସେନାଙ୍କୁ ଗୁପ୍ତରେ ମନ୍ଦିରରେ ବିବାହ କରିଥିଲେ । ମାତ୍ର ଏହା ମଧ୍ୟ ଦୀର୍ଘଦିନ ତିଷ୍ଠି ପାରିନଥିଲା । ମଲିକା ଜୟସୁରିୟାଙ୍କୁ ଛାଡ଼ି ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ । ଏହାପରେ ଜୟସୁରିୟା ତାଙ୍କର ଏକ ଅଡିଓ ଟେପ ଭାଇରାଲ କରାଇ ବିବାଦରେ ଛନ୍ଦି ହୋଇଥିଲେ । ତେବେ ଏହି ମହାନ ଖେଳାଳୀଙ୍କ ଜନ୍ମଦିନରେ ସ୍ୱାଧିକାର ନ୍ୟୁଜ୍ ପକ୍ଷରୁ ଶୁଭେଚ୍ଛା ଓ ଶୁଭକାମନା ।
ଆଜି ଜୟସୁରିୟାଙ୍କ ଜନ୍ମଦିନ