Odia News Portal

ନିୟମ ଭାଙ୍ଗିଲେ ଡିଏଲ ରଦ୍ଦ

ଭୁବନେଶ୍ୱର: ଆସିଲା ନୂଆ ନିୟମ । ସଡ଼କ ସୁରକ୍ଷା ନିୟମ ଭାଙ୍ଗିଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ । ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଏନେଇ ଟ୍ରନ୍ସପୋର୍ଟ କମିଶନର ଚିଠି ଲେଖିଛନ୍ତି। ସୁପ୍ରିମକୋର୍ଟ କମିଟିର ନିର୍ଦ୍ଦେଶ ଲାଗୁ କରିବାକୁ ଚିଠି ଲେଖାଯାଇଛି। ୩ ମାସ ଯାଏଁ ଅସ୍ଥାୟୀ ଭାବେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ। ପ୍ରଥମ ଥର ଉଲ୍ଲଙ୍ଘନ ହେଲେ ମଧ୍ୟ ୩ ମାସ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ। ଧାର୍ୟ୍ୟ ନିୟମଠାରୁ ଅଧିକ ବେଗରେ ଗାଡ଼ି ଚଳାଇଲେ ଲାଇସେନ୍ସ ରଦ୍ଦ ହେବ। ଓଭରଲୋଡ୍ କିମ୍ବା ମଦ୍ୟପାନ କରି ଗାଡ଼ି ଚାଳନା କଲେ ଲାଇସେନ୍ସ ରଦ୍ଦ ହେବ। ଗାଡ଼ି ଚଳାଇବା ବେଳେ ହେଲମେଟ୍ ପିନ୍ଧି ନଥିଲେ, ମୋବାଇଲ ବ୍ୟବହାର କରୁଥିଲେ, ରେଡ୍ ଲାଇଟ୍ ଉଲ୍ଲଙ୍ଘନ, ରଙ୍ଗରୁଟ୍ରେ ଡ୍ରାଇଭ କଲେ ଲାଇସେନ୍ସ ରଦ୍ଦ ହେବ। ଆଇନ୍ ଉଲ୍ଲଙ୍ଘନ କ୍ଷେତ୍ରରେ ତୁରନ୍ତ କାର୍ୟ୍ୟାଷ୍ଠାନ ପାଇଁ ଚିଠିରେ ନିର୍ଦ୍ଦେଶ ରହିଛି।