Odia News Portal

ଚେନ୍ନାଇ ଆଗରେ ୧୭୨ ରନର ବିଜୟ ଲକ୍ଷ୍ୟ

ଦୁବାଇ: ଆଜି ଆଇପିଏଲ ମହାସମରରେ ଭେଟା ଭେଟି ହୋଇଛନ୍ତି ଚେନ୍ନାଇ ଏବଂ କୋଲକାତା । କୋଲକାତା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୬ ୱିକେଟ ବିନିମୟରେ ୧୭୧ ରନ ସଂଗ୍ରହ କରିଛି । ଚେନ୍ନାଇକୁ ଏହି ମ୍ୟାଚ ଜିତିବା ଲାଗି ୧୭୨ ରନ ଆବଶ୍ୟକ ରହିଛି ।

କୋଲାକାତା ପ୍ରଥମ ଓଭରରୁ ଦମଦାର ଖେଳ ଆରମ୍ଭ କରିଥିଲା । ତେବେ ଶୁଭମ ଗିଲଙ୍କ ଭୁଲ ନିଷ୍ପତି ଲାଗି ସେ ରନ ଆଉଟ୍ ହୋଇ ପାଭିଲିୟନ ଫେରି ଆସିଥିଲେ । ପରବର୍ତ୍ତୀ ସମୟରେ ରାହୁଲ ତ୍ରିପାଠୀ ଦଳୀୟ ସ୍କୋରକୁ ବଢ଼ାଇ ଚାଲିଥିଲେ । ସେ ୪୫ ରନ ସଂଗ୍ରହ କରି ଦଳର ସର୍ବାଧିକ ରନ କରିଛନ୍ତି । ଷ୍ଟାର କ୍ରିକେଟର ରସେଲ ଦମଦାର ଖେଳ ଆରମ୍ଭ କରିଥିବା ବେଳେ ସେ କଟବିହାଇଣ୍ଡ ହୋଇ ଆଉଟ୍ ହୋଇଥିଲେ । ପରେ ଶେଷ ସମୟରେ କାର୍ତ୍ତିକଙ୍କ ବଡ଼ ସଟ୍ ଦଳକୁ ଏହି ସ୍କୋରରେ ପହଞ୍ଚାଇଛି । ସେପଟେ ଚେନ୍ନାଇ ପକ୍ଷରୁ ହାଜେଲ ହୁଡ ୨ଟି, ସାଦ୍ଧୁଲ ଠାକୁର ୨ଟି ଏବଂ ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।