Odia News Portal

ଭାରସାମ୍ୟ ହରାଇ ପୋଖରୀ ଭିତରେ ପଶିଲା କାର, ଜଣେ ମୃତ

କେନ୍ଦୁଝର: ଭାରସାମ୍ୟ ହରାଇ ପୋଖରୀ ଭିତରେ ପଶିଲା କାର । ତେବେ କାରର ପଛ ସିଟରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । କିନ୍ତୁ ଏଯାବତ ମୃତକଙ୍କ ପରିଚୟ ମିଳିପାରି ନାହିଁ । ପୋଲିସ ଏବଂ ଅଗ୍ନିଶମ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ଲାଗି ପଠାଯାଇଛି । କେନ୍ଦୁଝର ସଦର ଥାନା ଠାକୁରଡିହି ଏନଏଚ ୪୯ ନିକଟରେ ଘଟିଛି ଏଭଳି ଘଟଣା । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣାଟି ଘଟିଛି । ତେବେ ସବୁଠାରୁ ବଡ଼ କଥା ହେଉଛି କି ଗାଡ଼ିର ଡ୍ରାଇଭର କିଏ? ଏହା ଦୁର୍ଘଟଣା ନାଁ ହତ୍ୟା । କେହି ହତ୍ୟା କରିବା ପରେ ଦୁର୍ଘଟଣାର ରୂପ ଦେଇନି ତ? ଏଭଳି ଅନେକ ଚର୍ଚ୍ଚା ଏବେ ଶୁଣିବାକୁ ମିଳୁଛି । କାହିଁକି ନାଁ ଗାଡ଼ିରେ ଅନ୍ୟ କେହି ନାହାନ୍ତି । ଏବଂ କେହି ମଧ୍ୟ ଏନେଇ ଏଯାବତ ଅଭିଯୋଗ କରିନାହାନ୍ତି ।