Odia News Portal

ଯାଜପୁରରେ ନକଲି ଜର୍ଦ୍ଦା କାରଖାନାରେ ଚଢ଼ାଉ

ଯାଜପୁର: ଛତିଆ ବିଦ୍ୟାଧରପୁରରେ ଚାଲିଥିବା ଏକ ନକଲି ଜର୍ଦ୍ଦା କାରଖାନା ଉପରେ ରବିବାର ଅଚାନକ ଚଢାଉ ହୋଇଛି। ଏଥିରେ ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଜବତ ହେବା ସହ ୨ ଜଣଙ୍କୁ ଅଟକ ରଖାଯାଇଛି। ଖବରପାଇ ସ୍ପେସିଆଲ ସ୍କ୍ବାଡ ଉକ୍ତ ନକଲି ଜର୍ଦ୍ଦା କାରଖାନାରେ ଚଢାଉ କରିଥିଲେ। ଏହା ସହିତ ୨ ଜଣଙ୍କୁ ଅଟକ ରଖି ପୋଲିସ ଅଧିକ ପଚରାଉଚରା କରୁଥିବା ସୂଚନା ମିଳିଛି ।