ଶୀତଦିନ ଆସିବା ମାତ୍ରେ ତ୍ୱଚାର ଅଧିକ ଦେଖାଶୁଣା କରିବା ନିହାତି ଆବଶ୍ୟକ ପଡିଥାଏ  । ତ୍ୱଚାର ସଠିକ ଦେଖାଶୁଣା ନକରିବା ଦ୍ୱାରା ସ୍କିନ ଏବଂ ଓଠ ଫାଟିବାକୁ ଲାଗିଥାଏ । ଆଉ ଖାସ କରିକି ଶୀତଦିନେ ଆମେ ମାନେ ଆମ ମାନଙ୍କ ଶରୀରର ଅଧିକ  ଧ୍ୟାନ ରଖିବା ଆବଶ୍ୟକତା ପଡିଥାଏ । ଅଧିକାଂଶ ଲୋକ କମଳାକୁ ଖାଇବା ପରେ ଚୋପାକୁ ଫୋପାଡି ଦିଅନ୍ତୁ। କିନ୍ତୁ ଆପଣ ଯଦି ଏପରି କରୁଛନ୍ତି, ତେବେ କରନ୍ତୁ ନାହିଁ। କମଳା ଖାଇବା ପରେ ତା’ର ଚୋପାକୁ ଫୋପାଡନ୍ତୁ ନାହିଁ। ଯଦି ଆପଣ ଚାହୁଁଛନ୍ତି, ଶୀତଦିନେ ଆପଣଙ୍କ ଓଠ ନ ଫାଟୁ, ତେବେ କମଳା ଚୋପାକୁ ସ୍କ୍ରବ ଭାବେ ବ୍ୟବହାର କରିପାରିବେ। ତେବେ ଜାଣନ୍ତୁ କେମିତି କମଳା ଚୋପାକୁ ସ୍କ୍ରବ ଭାବେ ବ୍ୟବହାର କରିବେ। କମଳାରେ ଭିଟାମିନ୍ ସି ପ୍ରଚୁର ମାତ୍ରାରେ ରହିଛି। ଏହା ଆଣ୍ଟି ଅକ୍ସିଡେଣ୍ଟରେ ମଧ୍ୟ ଭରପୂର। କମଳା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ। କିନ୍ତୁ ଜାଣି ଆଶ୍ଚର୍ୟ୍ୟ ହେବେ ଯେ କମଳା ଭଳି ଏହାର ଚୋପା ମଧ୍ୟ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏଥିରେ ଫ୍ଲେଭୋନୋଇଡସ୍ ଅଧିକ ମାତ୍ରାରେ ରହିଛି। ସେହିପରି ଫାଇଟୋକେମିକାଲ୍ସ ବି ମହଜୁଦ ଅଛି, ଯାହାକି ବିଭିନ୍ନ ସ୍ୱାସ୍ଥ୍ୟ ଲାଭ ପ୍ରଦାନ କରିଥାଏ।
 ଏହାଛଡ଼ା କମଳା ଚୋପାରେ କପର, କ୍ୟାଲ୍ସିୟମ, ମ୍ୟାଗ୍ନେସିୟମ୍, ଫୋଲେଟ୍, ଭିଟାମିନ୍ ଏ ଏବଂ ଫାଇବର ଭରପୂର ମାତ୍ରାରେ ରହିଛି। ତେଣୁ କମଳା ଖାଇବାକୁ ପସନ୍ଦ କରୁଥିବା ବ୍ୟକ୍ତି ଏହାର ଚୋପା ମଧ୍ୟ ଖାଇବା ଉଚିତ।
 କେମିତି ବନାଇବେ:
 କମଳା ଚୋପାକୁ ସ୍କ୍ରବ ଭାବେ ବ୍ୟବହାର କରିବା ପାଇଁ ସେଥିରେ ନଡିଆ ତେଲ, ଚିନି, ମହୁ ନିତାନ୍ତ ଜରୁରୀ। ଓଠ ପାଇଁ ସ୍କ୍ରବ ତିଆରି କରିବା ପାଇଁ ପ୍ରଥମେ କମଳା ଚୋପାକୁ ଛଡାଇ ଏହାକୁ ଖରାରେ ଶୁଖାଇ ଦିଅନ୍ତୁ। ଏହା ପରେ ଚୋପାକୁ ଗ୍ରାଇଣ୍ଡରରେ ଭଲଭାବେ ଗୁଣ୍ଡ କରିଦିଅନ୍ତୁ। ଏହି ପାଉଡରରେ ଚିନି, ନଡିଆ ତେଲ, ମହୁ ମିଶାଇ ପେଷ୍ଟ ତିଆରି କରନ୍ତୁ। ଏହାକୁ ନେଇ ଓଠରେ ସ୍କ୍ରବ କରନ୍ତୁ। ୨୦ରୁ ୩୦ ସେକେଣ୍ଡ
 ସ୍କ୍ରବ କରିବା ପରେ ଓଠକୁ ଅଳ୍ପ ଉଷୁମ ପାଣିରେ ଧୋଇଦିଅନ୍ତୁ। ସ୍କ୍ରବ କରିବା ପରେ ନଡିଆ ତେଲ ଲଗାଇ ଦିଅନ୍ତୁ। ସପ୍ତାହକୁ ଏମିତି ଦୁଇ ଥର କରନ୍ତୁ।
 କମଳା ଚୋପା ସ୍କ୍ରବର ଫାଇଦା:
 କମଳାରେ ପ୍ରଚୁରମାତ୍ରାରେ ଭିଟାମିନ ସି ରହିଥାଏ। ଏହା ଓଠକୁ କଳାପଣ ଦୂର କରିବାରେ ସହାୟକ ହୋଇଥାଏ। ଏହାଦ୍ୱାରା ସ୍କିନର ଡ୍ରାଏନେସ କମ୍ କରିଥାଏ। ଏହାର ବ୍ୟବହାର ଲିପ୍ସକୁ ହାଇଡ୍ରେଟ୍ କରିଥାଏ।
													
								 Sign in							
							
								
									
											
										
											
		
					
								
			
			
	
										
									
								
							
												
				
				
				 Sign in
				
					
						
						
										
				
			
			Recover your password.
A password will be e-mailed to you.
						
			