କରୋନା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ୱିତୀୟ ଥର ଏବଂ ଲଗାତାର ଚତୁର୍ଥ ଥର ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଚାଷୀଙ୍କୁ ଡିଜିଟାଲ ସେବା ଯୋଗାଇ ଦିଆଯିବ ଏବଂ ଭାରତରେ ଦାରିଦ୍ର୍ୟ ଦୂରୀକରଣ ଲକ୍ଷ୍ୟରେ କାର୍ୟ୍ୟ କରାଯିବ। ଡ୍ରୋନ୍ ମାଧ୍ୟମରେ କୃଷି କ୍ଷେତ୍ରକୁ ପ୍ରୋତ୍ସାହିତ କରାଯିବ| ଫସଲ ଆକଳନ, ଜମି ରେକର୍ଡର ଡିଜିଟାଇଜେସନ୍ ଏବଂ କୀଟନାଶକ ସ୍ପ୍ରେ ପାଇଁ କୃଷକ ଡ୍ରୋନ୍ ବ୍ୟବହାର କରାଯିବ |ଏହା ବ୍ୟତୀତ ୨୦୨୫ ସୁଦ୍ଧା ପ୍ରତ୍ୟେକ ଗ୍ରାମରେ ଅପ୍ଟିକାଲ୍ ଫାଇବର ସୁବିଧା ଯୋଗାଇ ଦିଆଯିବ । ୧୦୦ ଗତିଶକ୍ତି କାର୍ଗୋ ଟର୍ମିନାସ୍ ତିଆରି ହେବ |
ନିର୍ମଳା ସୀତାରମଣ ଲୋକସଭାରେ କହିଛନ୍ତି ଯେ ଏଲ୍ଆଇସିର ଆଇପିଓ ଶୀଘ୍ର ଆସିବ ଏବଂ ଏଥିପାଇଁ ଆବଶ୍ୟକ କାର୍ୟ୍ୟର କାର୍ୟ୍ୟ ଭଲରେ ଚାଲିଛି। ଦେଶରେ ଆଇଟି ଏବଂ ବେସରକାରୀ କ୍ଷେତ୍ରକୁ ପ୍ରୋତ୍ସାହନ ଦିଆଯିବ ଏବଂ ଆଧୁନିକ ଭିତ୍ତିଭୂମି ଉପରେ ଧ୍ୟାନ ଦିଆଯିବ|
ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଚଳିତ ବର୍ଷ ୫-ଜି ସେବା ଆରମ୍ଭ ହେବ ଏବଂ ଗ୍ରାମଗୁଡିକରେ ବ୍ରଡବ୍ୟାଣ୍ଡ ସେବା ଯୋଗାଇବା ପାଇଁ ଭିତ୍ତିଭୂମି ବିକାଶ କରାଯିବ |ଟେଲିକମ୍ କ୍ଷେତ୍ରରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ|
Sign in
Sign in
Recover your password.
A password will be e-mailed to you.