Odia News Portal

୪ ରାଜ୍ୟର ହାଇକୋର୍ଟରେ ନିଯୁକ୍ତ ହେଲେ ନୂତନ ମୁଖ୍ୟ ବିଚାରପତି

ଦେଶର ୪ ରାଜ୍ୟର ହାଇକୋର୍ଟରେ ନିଯୁକ୍ତ ହୋଇଛନ୍ତି ନୂଆ ମୁଖ୍ୟ ବିଚାରପତି। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍ ରିଜିଜୁ ରବିବାର ଟ୍ବିଟ୍ କରି ଏନେଇ ସୂଚନା ଦେଇଛନ୍ତି। ରିଜିଜୁଙ୍କ ସୂଚନା ମୁତାବକ, ରାଜସ୍ଥାନ ହାଇକୋର୍ଟର ବିଚାରପତି ସନ୍ଦୀପ ମେହେଟ୍ଟାଙ୍କୁ ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି, ଓଡ଼ିଶା ହାଇକୋର୍ଟର ବିଚାରପତି ଯଶୱନ୍ତ ସିଂହଙ୍କୁ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି।
ସେହିପରି, ଗୌହାଟୀ ହାଇକୋର୍ଟର ବିଚାରପତି ଏନ୍. କୋଟିଶ୍ବର ସିଂହଙ୍କୁ ଜମ୍ମୁ-କାଶ୍ମୀର ଓ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି। ଗୁଜରାଟ ହାଇକୋର୍ଟର ବିଚାରପତି ସୋନିଆ ଗିରିଧର ଗୋକନୀଙ୍କୁ ଏହି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି। ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଅରବିନ୍ଦ କୁମାରଙ୍କୁ ସୁପ୍ରିମ୍ କୋର୍ଟର ବିଚାରପତି ଭାବେ ପଦୋନ୍ନତି ମିଳିବା ପରେ ଶୁକ୍ରବାର ବିଚାରପତି ସୋନିଆ ଗିରିଧର ଗୋକନୀଙ୍କୁ ଗୁଜରାଟ ହାଇକୋର୍ଟର କାର୍ୟ୍ୟନିର୍ବାହୀ ମୁଖ୍ୟ ବିଚାରପତି ନିଯୁକ୍ତ କରାଯାଇଥିଲା।