Odia News Portal

ବଢ଼ୁଛି ପାକିସ୍ତାନର ଆର୍ଥିକ ସଂକଟ

ପାକିସ୍ତାନର ଅର୍ଥନୀତି ଭୁଶୁଡ଼ି ପଡ଼ିଛି। ପାକିସ୍ତାନୀ ମୁଦ୍ରା ଟଙ୍କାର ବିନିମୟ ମୂଲ୍ୟ ଡଲାର ତୁଳନାରେ ୨୭୫ ସ୍ତରକୁ ଖସିଯାଇଛି। ମୁଦ୍ରାସ୍ଫୀତି ୨୭ ପ୍ରତିଶତ ଭଳି ଉଚ୍ଚସ୍ତରରେ ପହଞ୍ଚିଛି। ଏଥିସହିତ ଦେଶ ନିକଟରେ ଏବେ ମାତ୍ର ୩ ବିଲିଅନ ଡଲାରର ବିଦେଶୀ ମୁଦ୍ରା ଗଚ୍ଛିତ ରହିଛି, ଯାହାକି କେବଳ ୩ ସପ୍ତାହର ଆମଦାନିର ବିଲ୍ ଭରଣା କରିପାରିବ। ଏଭଳି ସ୍ଥିତିରେ ପାକିସ୍ତାନ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌)ଠାରୁ ପାଣ୍ଠି ଆଣିବା ଲାଗି ଯେଉଁ ଉଦ୍ୟମ ଚଳାଇଛି ତାହା ଆଜିସୁଦ୍ଧା ସାକାର ହୋଇପାରିନାହିଁ। ଅର୍ଥ ଦେବାଲାଗି ଆଇଏମ୍‌ଏଫ୍‌ କଠୋର ସର୍ତ୍ତ ଲଗାଉଛି। ଆଇଏମ୍‌ଏଫ୍‌ର ପ୍ରତିନିଧି ମଣ୍ଡଳୀ ନିକଟରେ ଇସଲାମାବାଦ ଆସି ୧୦ ଦିନ ଧରି ସରକାରଙ୍କ ସହ ସାମ୍ନାସାମ୍ନି ଆଲୋଚନା କରିଥିଲେ ମଧ୍ୟ ତାହାର କୌଣସି ସୁଫଳ ମିଳିନାହିଁ। ଏଭଳି ସ୍ଥିତିରେ ସୋମବାରଠାରୁ ଦୁଇ ପକ୍ଷ ମଧ୍ୟରେ ଭର୍ଚୁଆଲ ଆଲୋଚନା ହେବ।