Odia News Portal

ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରେ ଦୁଇ ଶିଶୁ ମୃତ

ନୋଏଡା ସେକ୍ଟର-୮ର ଜେଜେ କଲୋନୀରେ ଥିବା ଏକ ବସ୍ତିରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରୁ ଅଗ୍ନିକାଣ୍ଡ ଘଟିଛି । ନିଆଁରେ ପୋଡ଼ିହୋଇ ନବଜାତକ ସମେତ ଦୁଇଜଣ ଶିଶୁ ମୃତ୍ୟୁବରଣ କରିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଅଗ୍ନିକାଣ୍ଡ ସୂଚନା ମିଳିବା ମାତ୍ରେ ଫାୟାର୍ ବ୍ରିଗେଡ୍ ଏବଂ ପୁଲିସ୍ ଟିମ୍ ପହଞ୍ଚି ନିଆଁକୁ କାବୁ କରିବା ସହିତ ଆହତଙ୍କୁ ନୋଏଡା ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସା ବେଳେ ଜଣେ ୧୨ ବର୍ଷର ବାଳକ ଏବଂ ୧୨ ଦିନର ଏକ ଶିଶୁକନ୍ୟାର ମୃତ୍ୟୁ ହୋଇଥିଲା । ଅନ୍ୟ ୪ ଆହତଙ୍କ ଅବସ୍ଥା ଗମ୍ଭୀର ଥିବାରୁ ସେମାନଙ୍କୁ ଦିଲ୍ଲୀର ସଫ୍‌ଦରଜଙ୍ଗ ହସ୍ପିଟାଲ୍ ରେଫର୍ କରାଯାଇଛି ।