ଦୁଇଦିନିଆ ବ୍ୟକ୍ତିଗତ ଗସ୍ତରେ ଜାମ୍ମୁ ଓ କାଶ୍ମୀର ଯାଇଥିବା କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀ ବୁଧବାର ଦିନ ଗୁଲ୍ମାର୍ଗର ତୁଷାର ଆବୃତ ଢାଲୁ ଅଞ୍ଚଳରେ ସ୍କି’ ଖେଳିଛନ୍ତି।
ଦୁଇ ପାର୍ଶ୍ବରେ ଦୁଇଜଣ ତାଲିମଦାତା ଥାଇ ରାହୁଲ୍ ଗାନ୍ଧୀ ଗୁଲ୍ମାର୍ଗ ସ୍କି’ ରିଜର୍ଟରେ ସ୍କି’ ଖେଳୁଥିବା ବେଳେ ତାଙ୍କୁ ଉତ୍ସାହ ଦେବା ପାଇଁ ତାଲିମଦାତା ଭିଡିଓ ଉତ୍ତୋଳନ କରିଥିଲେ।
ସ୍କି’ ଖେଳିବା ସହିତ ରାହୁଲ୍ ବୁଧବାର ଦିନ ପ୍ରସିଦ୍ଧ ଗୋଣ୍ଡାଲା କେବଲ୍ କାର୍ରେ ମଧ୍ୟ ଯାତ୍ରା କରିଥିଲେ। ରହଣି କାଳରେ ସେ କୌଣସି ଏକ ବ୍ୟକ୍ତିଗତ ସମାବେଶରେ ଯୋଗ ଦେବାର ସମ୍ଭାବନା ଥିବା କଥା କଂଗ୍ରେସସୂତ୍ରରୁ ଜଣାପଡ଼ିଛି।
ତୁଷାରାଚ୍ଛନ୍ନ ଗୁଲ୍ମାର୍ଗ ଯିବା ବାଟରେ ରାହୁଲ୍ ତଙ୍ଗମାର୍ଗ ନଗରୀରେ ଅଟକି ଥିଲେ। ସେତେବେଳେ ମଧ୍ୟ ସେ ତାଙ୍କର ‘ଟ୍ରେଡ୍ମାର୍କ’ ଧଳା ଟି-ସାର୍ଟ ପିନ୍ଧିଥିଲେ। ସୂଚନାଯୋଗ୍ୟ, ଏହ ଟି-ସାର୍ଟଟିକୁ ସେ ‘ଭାରତ ଯୋଡ଼ୋ ଯାତ୍ରା’ରେ ବି ପିନ୍ଧିଥିଲେ।
କିନ୍ତୁ, ଆଫାର୍ୱାତ୍ର ତୁଷାରାଚ୍ଛନ୍ନ ପାହାଡ଼ ଚୂଡ଼ାରେ ପହଞ୍ଚିବା ସମୟରେ ସେ ପଶମ ଟୋପି, ଜ୍ୟାକେଟ୍ ଓ ବୁଟ୍ ପିନ୍ଧିଥିଲେ। ତାଙ୍କ ସହିତ ‘ସେଲ୍ଫି’ ଉଠାଇବା ଲାଗି ପର୍ୟ୍ୟଟକଙ୍କ ମଧ୍ୟରେ ତତ୍ପରତା ଦେଖାଯାଇଥିଲା।
ଉଲ୍ଲେଖଯୋଗ୍ୟ, ଗତ ମାସରେ ରାହୁଲ୍ ଗାନ୍ଧୀ କନ୍ୟାକୁମାରୀରୁ ଆରମ୍ଭ କରି କଶ୍ମୀର ପର୍ୟ୍ୟନ୍ତ ୧୨ଟି ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳ ଦେଇ ୩,୯୭୦ କିଲୋମିଟର୍ ‘ଭାରତ ଯୋଡ଼ୋ ଯାତ୍ରା’ ସମ୍ପନ୍ନ କରିଥିଲେ। ଏହି ଯାତ୍ରା ସମୟରେ ସେ ଶତାଧିକ ପଥପ୍ରାନ୍ତ ସଭା ଓ ୧୩ଟି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
