Odia News Portal

ଏହି ରାଜ୍ୟରେ ସ୍ଥାପନ ହେବ ଉତ୍ତର ଭାରତର ପ୍ରଥମ ଆଣବିକ ଶକ୍ତି କାରଖାନା

ଖୁବ ଶୀଘ୍ର ହରିୟାଣାର ଗୋରଖପୁରରେ ଉତ୍ତର ଭାରତର ପ୍ରଥମ ଆଣବିକ ଶକ୍ତି କାରଖାନା ସ୍ଥାପନ ହେବ। ଏହି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ସେ କହିଛନ୍ତି ଯେ ଭାରତର ଆଣବିକ କ୍ଷମତା ବୃଦ୍ଧି ପାଇଁ ଏହା କରାଯିବ।

ଗତ ଆଠ ବର୍ଷ ମଧ୍ୟରେ ଅନେକଗୁଡ଼ିଏ ନିଷ୍ପତ୍ତି ନିଆଯାଇଥିବା ଦର୍ଶାଇ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି ଯେ ଆଣବିକ ଶକ୍ତି କାରଖାନା ଖୋଲିବା ପାଇଁ ଆଣବିକ ଶକ୍ତି ବିଭାଗକୁ ଅନୁମତି ଦିଆଯାଇଛି। ଏଭଳି ହେଲେ ଭବିଷ୍ୟତରେ ଭାରତର ସମସ୍ତ ଶକ୍ତି ଆବଶ୍ୟକତା ପୂରଣ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ କାଳରେ ଦେଶର ଅନ୍ୟ ଭାଗରେ ଆଣବିକ ଶକ୍ତି କାରଖାନା ସ୍ଥାପନ ହେବ, ଯାହା ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ପରି ଦକ୍ଷିଣ ଭାରତୀୟ ରାଜ୍ୟରେ ସୀମିତ ଥିଲା। ୧୦ଟି ଆଣବିକ ରିଆକ୍ଟର ପ୍ରତିଷ୍ଠା ପାଇଁ ମୋଦୀ ସରକାର ଏକ ପ୍ରମୁଖ ଅନୁମୋଦନ ଦେଇଛନ୍ତି। ଆଜି ପର୍ଯ୍ୟନ୍ତ ୨୦,୫୯୪ କୋଟି ଟଙ୍କା ଆବଣ୍ଟିତ ପାଣ୍ଠିରୁ ୪,୯୦୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି।