ଭାରତରେ ତ ଏମିତି ସହସ୍ର ମନ୍ଦିର ରହିଛି ଶିବ ଶଙ୍କରଙ୍କର.. କିନ୍ତୁ ତାହା ମଧ୍ୟ ରୁ କିଛିି ମନ୍ଦିର ରହିଛି ଯାହାର ବିଶେଷତା ଜ ।ଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସବୁ ସ୍ଥାନରେ ପ୍ରଭୁଙ୍କ ନିମିତ୍ତ ଭିନ୍ନ ଭିନ୍ନ ପ୍ରକାରର ଫୁଲ ଫଳ ଅର୍ପଣ କରାଯାଏ। ତେବେ କିନ୍ତୁ ଏମିତି କିଛି ଜିନିଷ ସମ୍ପର୍କରେ ଆମେ ଆଜି କହିବୁ ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।
ମହାରାଷ୍ଟ୍ରର ଏମିତି ଏକ ଶିବ ମନ୍ଦିର, ଯେଉଁଠି ଭଗବାନଙ୍କ ଉପରେ ଜିଅନ୍ତା କଙ୍କଡା ଚଢ଼ାଯାଏ। ଶୁଣିକି ଆଶ୍ଚର୍ଯ୍ୟ ହୋଇଗଲେ ନା? କିନ୍ତୁ ଏହା ସତ। ତେବେ ଏମିତି ଅନ୍ୟ ର୍କେୁଠି ଦେଖିବା ହୁଏତ ସମ୍ଭବ ନୁହେଁ। ତେବେ ଆଜି ଜାଣନ୍ତୁ ଏହି ମନ୍ଦିରର ସମ୍ପର୍କରେ..
ଗୁଜୁରାଟର ସୁରତ ଜିଲ୍ଲାରେ ଥିବା ଭକ୍ତ ଭଗବାନ ଶିବଙ୍କର ପୂଜା କରିବା ପରେ ଏକ ୁପାୟ କରନ୍ତି। ସେମାନେ ଭଗବାନଙ୍କ ଲିଙ୍ଗ ଉପରେ ଜିଅନ୍ତା କଙ୍କଡ଼ା ଛାଡ଼ନ୍ତି। ଗୁଜୁରାଟ ସୁରତରେ ଥିବା ରାମନାଥ ଶିବ ଘେଲା ମନ୍ଦିର। ଏଠାରେ ଭକ୍ତ ଭଗବାନଙ୍କ ଉପରେ କଙ୍କଡ଼ା ଚଢ଼ାନ୍ତି। ଏହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।
ତେବେ ସୂଚନା ଅନୁସାରେ ଭକ୍ତ ମାନେ ନିଜ ପୂଜା କରିବା ପରେ ଭଗବାନଙ୍କ ଉପରେ ଜିଅନ୍ତା କଙ୍କଡ଼ା ଚଢ଼ାନ୍ତି। ଆଉ ପୂଜା ଶେଷ ହେବା ପରେ ଅନୁଷ୍ଠାନ ଦ୍ୱାରା ସମସ୍ତ କଙ୍କଡାକୁ ତାପୀ ନଦୀ ରେ ଛଡ଼ାଯାଏ।
ଏହା କରିବା ପଛରେ ମଧ୍ୟ ଲୋକଙ୍କର ଏକ ବିଶ୍ୱାସ ରହିଛି। ଶ୍ରଦ୍ଧାଳୁଙ୍କ କହିବା ଅନୁସାରେ ଏଠାରେ ଯଦି କଙ୍କଡ଼ା ଚଢ଼ାଯାଏ ତେବେ କାନ ଜନିତ ସମସ୍ୟା ଦୂର ହୋଇଯାଏ। ତେବେ ଏହି ପୂଜା ବର୍ଷକ ବାର ମାସ ହୋଇନଥାଏ। କେବଳ ଗୋଟିଏ ଥର ହୋଇଥାଏ। ଏମିତି କରିବା ଦ୍ୱାରା ପିଲାଙ୍କ କାନରେ ଯନ୍ତ୍ରଣା କିମ୍ବା କାନ ଜନିତ ସବୁ ସମସ୍ୟା ଦୂର ହୋଇଯାଏ।