Odia News Portal

ପୁଣି ପଞ୍ଚମ ଥର ପାଇଁ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ନେଇଫିଉ ରିଓ

ନାଗାଲାଣ୍ଡର ବରିଷ୍ଠ ରାଜନେତା ନେଇଫିଉ ରିଓ ରେକର୍ଡ ପଞ୍ଚମ ଥର ପାଇଁ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ରିଓ ବରିଷ୍ଠ ନେତା ଏସ୍‌ସି ଜମିରଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଜମିର ଉକ୍ତ ଉତ୍ତରପୂର୍ବ ରାଜ୍ୟରେ ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ରିଓ କଂଗ୍ରେସ ପ୍ରାର୍ଥୀ ସଚୁଙ୍କୁ ଉତ୍ତର ଅଙ୍ଗମି-ଦ୍ବିତୀୟ ନିର୍ବାଚନମଣ୍ଡଳୀରେ ହରାଇଛନ୍ତି। ୧୯୭୪ରେ ସେ କୋହିମାର ୟୁଡିଏଫ୍‌ (ୟୁନାଇଟେଡ ଡିମୋକ୍ରାଟିକ ଫ୍ରଣ୍ଟ୍‌) ସଭାପତି ହେବା ସହ ତାଙ୍କ ରାଜ‌ନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା। ପରେ ସେ ୟୁଡିଏଫ୍‌ର ନାଗାଲାଣ୍ଡ ସଭାପତି ହେଲେ। ରିଓ ମୋଟ୍‌ ୮ଟି ବିଧାନସଭା ନିର୍ବାଚନ ଲଢ଼ିଥିବା ବେଳେ ୧୯୮୭ରେ ସେ ପ୍ରଥମ ଥର ପାଇଁ ନିର୍ବାଚନ ହାରିଥିଲେ।