Odia News Portal

ଭାରତରେ ନୂତନ ଜ୍ଞାନ କୌଶଳ ଓ ପ୍ରଯୁକ୍ତିବିଦ୍ୟା ଆପଣାଇବ ଜନ ଡିଅର

ଜନ୍‍ ଡିଅର୍ କୃଷକ ଓ ଗ୍ରାହକମାନଙ୍କୁ ଏହାର ଉନ୍ନତମାନର ଉତ୍ପାଦ ଓ ସେବା ପ୍ରଦାନ ଲାଗି ନିରନ୍ତର ପ୍ରଚେଷ୍ଟା ଜାରି ରଖିଛି। ଭାରତରେ କମ୍ପାନିର ଯାତ୍ରା ୨୫ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ସେହି ସମୟରେ କମ୍ପାନି ଅନେକ ମୂଲ୍ୟଯୁକ୍ତ ପ୍ରଯୁକ୍ତି ପ୍ରଚଳନ କରିଥିଲା। ଜନ୍ ଡିଅର୍‍ ନିରନ୍ତର ଭାବରେ ନବସୃଜନ ଆଣିବା ସହିତ ଭାରତରେ ଉନ୍ନତ ବୈଶିଷ୍ଟ୍ୟଗୁଡିକ ପ୍ରଚଳନ କରୁଛି ଯାହା ଏହି ଶିଳ୍ପରେ ସମ୍ପ୍ରତି ମାନକ ପାଲଟିଛି ବୋଲି ଭାରତରେ ୨୫ ବର୍ଷ ପୂରଣ ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଜନ ଡିଅର୍‌ର ଏମ୍‌ଡି ଶୈଳେନ୍ଦ୍ର ଜଗତାପ କହିଛନ୍ତି ।

୨୫ବର୍ଷ ମଧ୍ୟରେ ଜନ୍‍ ଡିଅର ଭାରତରେ ନିବେଶ କରିବା ଦିଗରେ ଉଲ୍ଲେଖନୀୟ ପ୍ରତିବଦ୍ଧତା ପ୍ରଦର୍ଶନ କରିଛି। ଏଥିରେ ପୁନେ ଓ ଦେୱାସର ଟ୍ରାକ୍ଟର ନିର୍ମାଣ ସ୍ଥଳ ସମେତ ପୁନେଠାରେ ଇଣ୍ଡିଆ ଇଞ୍ଜିନିୟରିଂ ସେଣ୍ଟର, ଏଣ୍ଟରପ୍ରାଇଜ ଟେକ୍ନୋଲୋଜି ସେଣ୍ଟର, ଜନ୍ ଡିଅର ଫାଇନାନ୍ସ ଆଦି ସ୍ଥାପନ କରିଛି। ଦେଶରେ ୫୮୦ ଚାନେଲ ସହଯୋଗୀଙ୍କ ଅଧୀନରେ ୧୨୦୦ ଟଚ୍‍ ପଏଣ୍ଟ ସହିତ ୨୨ଟି ଶାଖା କାର୍ଯ୍ୟାଳୟ ଏବଂ ୪ଟି ଜୋନ୍‍ସ୍ତରୀୟ ତାଲିମ କେନ୍ଦ୍ର କମ୍ପାନିର ରହିଛି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ରମାକାନ୍ତ ଗର୍ଗ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।