Odia News Portal

ପୂର୍ଣ୍ଣ ରାଜ୍ୟ ବଜେଟ ୨୦୨୩-୨୪ ସମ୍ପୂର୍ଣ୍ଣ ତଥ୍ୟ;

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍‌ରେ ବିଭିନ୍ନ ବିଭାଗ ପାଇଁ ବ୍ୟୟବରାଦ କରାଯାଇଛି। ଶୁକ୍ରବାର ଦିନ ବିଧାନସଭାରେ ଅର୍ଥ ମନ୍ତ୍ରୀ ଏହି ବଜେଟ୍‌ ଉପସ୍ଥାପନ କରିଥିଲେ। ଏଥିରେ ବିଭିନ୍ନ ବିଭାଗ ପାଇଁ ଅନୁଦାନ ଦିଆଯାଇଛି।

-ଧାନସଂଗ୍ରହ ସମୟରେ ଚାଷୀଙ୍କୁ ତୁରନ୍ତ ପ୍ରାପ୍ୟ ପ୍ରଦାନ ପାଇଁ ୨୦୦୦ କୋଟି ଟଙ୍କାର ପାଣ୍ଠି
 -୧୪୭ଟି ସ୍ବାସ୍ଥ୍ୟ କେନ୍ଦ୍ରର ରୂପ ବଦଳିବ; ‘ଆମ ହସ୍‌ପିଟାଲ ଯୋଜନା’ରେ ୭୫୦ କୋଟି ବରାଦ
 -ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଜିଲ୍ଲା, ବ୍ଲକ, ବିଦ୍ୟାଳୟ, ପ୍ରଧାନଶିକ୍ଷକ, ଶିକ୍ଷକ, ନିର୍ବାଚିତ ପଞ୍ଚାୟତରାଜ ସଂସ୍ଥା ଆଦିକୁ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଁ ୧୩୯ କୋଟି ଟଙ୍କା
 -‘ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ’ ପାଇଁ ୮୧୧ କୋଟି
 -ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିସନ ପାଇଁ ୧୨୦ କୋଟି। ପ୍ରଥମ ପର୍ଯ୍ୟାୟରେ ୧.୫ ଲକ୍ଷ ପରିବାର ଅନ୍ତର୍ଭୁକ୍ତ ହେବେ
 -ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପ୍ରତିରୋଧୀ ଲୁଣିବନ୍ଧ ପାଇଁ ୧୫୦ କୋଟି
 -ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକ୍‌ ଭଳି ସ୍ଥାନକୁ ସିଧାସଳଖ ବିମାନ ସେବା ପାଇଁ ୧୦୦ କୋଟି
 -ରାଜ୍ୟବାସୀଙ୍କୁ ନିଶ୍ଚିତ ଏବଂ ସୁଲଭ ପରିବହନ ସୁବିଧା ଯୋଗାଇବା ପାଇଁ ୧୦୦ କୋଟି
 -ଆମ ବସ୍‌ଷ୍ଟାଣ୍ଡ ଯୋଜନା ଲାଗି ୧୫୦ କୋଟି ବରାଦ
  -ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠିକୁ ୫୦୦ କୋଟି, ତୋଳାଳିଙ୍କୁ ଅତିରିକ୍ତ ବୋନସ୍‌ ଦିଆଯିବ
 -ମହିଳା ଏସ୍‌ଏସ୍‌ଜି ଉଦ୍ୟୋଗକୁ ପ୍ରୋତ୍ସାହନ ପାଇଁ ୧୦୦ କୋଟି
 -କଫି ମିସନ ପାଇଁ ୧୨୬ କୋଟି
 -ମୁଖ୍ୟମନ୍ତ୍ରୀ ଶକ୍ତି ସଂରକ୍ଷଣ େଯାଜନାକୁ ୨୫୦ କୋଟି
 -ମୁଖ୍ୟମନ୍ତ୍ରୀ ଶକ୍ତି ଉନ୍ନୟନ କାର୍ଯ୍ୟକ୍ରମରେ ୧୪୪୬ କୋଟି ଖର୍ଚ୍ଚ
 -ଗ୍ରିନ୍‌ ଏନର୍ଜି ଇଭାକ୍ୟୁଏସନ୍‌ କରିଡର ପାଇଁ ୫୦ କୋଟି
 ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ପାଣ୍ଠି ପାଇଁ ୫୦ କୋଟି ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ପାଇଁ ୨୧୦ କୋଟି
 ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ପାଇଁ ୨୫୦ କୋଟି
 -ଓଡ଼ିଶା ଚିପ୍‌ ପ୍ରୋଗ୍ରାମ ଓ ଅନ୍ୟ ଉତ୍କର୍ଷ କେନ୍ଦ୍ର ପାଇଁ ୩୦ କୋଟି
 -ନୂଆ ଓଡ଼ିଶା (ନୂତନ ଉନ୍ନତ ଅଭିଳାଷା) ପାଇଁ ୧୦୦ କୋଟି
 -ଏମ୍‌ଏସ୍‌ଏମ୍‌ଇ ପୁଞ୍ଜି ନିମନ୍ତେ ସୁଧ ରିହାତି ବାବଦରେ ୧୦ କୋଟି
 -ଜିଲ୍ଲା ନିବେଶକୁ ଅନୁଦାନ ବାବଦରେ ୧୫ କୋଟି ମିସନ ଶକ୍ତି ସ୍କୁଟର ଯୋଜନା ପାଇଁ ୫୦ କୋଟି ବରାଦ ହୋଇଛି। ବୈଦ୍ୟୁତିକ ସ୍କୁଟର ପାଇଁ ଦିଆଯିବ ସହାୟତା
 -ବନ ସୁରକ୍ଷା ସମିତି କୋଠା ନିର୍ମାଣ ନିମନ୍ତେ ୨୫୦ କୋଟି
 -ସାଇକେଲ ସହାୟତା ବଢ଼ିଲା, ୯ମ, ୧୦ମ ଶ୍ରେଣୀ ପିଲା ବି ପାଇବେ
 -ଢେଙ୍କାନାଳରେ ୫୦୦ ପାଇଲଟ୍‌ ସୃଷ୍ଟି ପାଇଁ ପ୍ରଶିକ୍ଷଣ ବ୍ୟବସ୍ଥା