Odia News Portal

ଗୃହ ନିର୍ମାଣ ଓ ନିଯୁକ୍ତି ଉପରେ ବଜେଟ ପକାଇବ ସକରାତ୍ମକ ପ୍ରଭାବ

ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ବିଧାନସଭାରେ ଶୁକ୍ରବାର ଉପସ୍ଥାପନ କରିଥିବା ବଜେଟ ୨୦୨୩-୨୪ରେ ଅନେକ ଭଲ ପଦକ୍ଷେପ ନେଇଛନ୍ତି। ବଜେଟରେ ୩୫% ସାମାଜିକ କ୍ଷେତ୍ରକୁ, ୩୪% ଅର୍ଥନୈତିକ କ୍ଷେତ୍ରକୁ ପ୍ରଦାନ କରାଯାଇଛି। ବଜେଟରେ ଭିତ୍ତିଭୂମି ବିକାଶକୁ ଗୁରୁତ୍ବ ଦିଆଯାଇଛି। ଏହା ନିଶ୍ଚିତଭାବରେ ଗୃହ ନିର୍ମାଣ ଏବଂ ନିଯୁକ୍ତି ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି କ୍ରେଡ଼ାଇ ଓଡ଼ିଶାର ସଭାପତି ସ୍ବଦେଶ କୁମାର ରାଉତରାୟ କହିଛନ୍ତି।