Odia News Portal

ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଇ ଶିକ୍ଷକ ମିଶି ଦୁଷ୍କର୍ମ, ନାବାଳିକା ଗର୍ଭବତୀ

ରାଜସ୍ଥାନ: ପୁଣି ଲାଗିଲା ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କର ଛିଟା । ବିଭିନ୍ନ ପ୍ରଲୋଭନ ଦେଖାଇ କ୍ଳାସ ରୁମରେ ଦୁଇଜଣ ଶିକ୍ଷକ ମିଶି ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ସହ କରିଛନ୍ତି ଦୁଷ୍କର୍ମ । ନାବାଳିକା ଗର୍ଭବତୀ ହେବା ପରେ ସବୁ ସତ ଜଣା ପଡିଛି । ରାଜସ୍ଥାନ ଯୋଧପୁର ଜିଲ୍ଲା ଶେରଗଡ଼ ଥାନା ମୋକାମଗଡ଼ ସ୍କୁଲରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ସହ ଏଭଳି ଘଟିଥିବା ସୂଚନା ମିଳିଛି । ପୋଲିସ ଏହି ଘଟଣାରେ ଦୁଇ ଶିକ୍ଷକଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଅଭିଯୁକ୍ତ ଶିକ୍ଷକଦ୍ୱୟ ହେଲେ ସାହିରାମ ଓ ସୁଜାରାମ ବିଷ୍ଣୁ ।

ପରୀକ୍ଷାରେ ମାର୍କ ଦେବା ଓ ବିଭିନ୍ନ ଖାଦ୍ୟ ପଦାର୍ଥ ଦେଇ ଦୁଇ ଶିକ୍ଷକ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିଲେ । ତେବେ ଏହି କଥା କାହା ଆଗରେ କହିଲେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ । ତେବେ ନାବାଳିକାଙ୍କ ଦେହ ଖରାପ ହେବା ପରେ ପରିବାର ଲୋକ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ କହିଥିଲେ କି ଝିଅ ଗର୍ଭବତୀ ଅଛି । ଏହାପରେ ଝିଅଟି କାନ୍ଦି କାନ୍ଦି ସବୁ କହିବା ପରେ ପୋଲିସ ତଦନ୍ତ ଚଳାଇଛି ।