Odia News Portal

ନିଜ ଜନ୍ମକଲା ଦୁଇ ଝିଅଙ୍କୁ ଦୁଷ୍କର୍ମ କରୁଥିଲା ବାପା, ଥାନାରେ ଅଭିଯୋଗ କଲା ମା

ନୂଆଦିଲ୍ଲୀ: କିଛିକ୍ଷଣର ସୁଖ ଲାଗି ମଣିଷ ଦେଖୁନି ସମ୍ପର୍କ । ଦେହର ସୁଖ ଆଗରେ ତୁଛ ହୋଇଛି ରକ୍ତ ସମ୍ପର୍କ । ନିଜର ଦୁଇ ନାବାଳିକା ଝିଅଙ୍କୁ ଦୁଷ୍କର୍ମ କରୁଥିଲା ବାପା । ଶେଷରେ ଥାନାରେ ଅଭିଯୋଗ କଲା ସ୍ତ୍ରୀ । ଦକ୍ଷୀଣଦିଲ୍ଲୀ ମାଲବୀୟ ଥାନା ମାଡ଼ଙ୍ଗୀର ଅଞ୍ଚଳରୁ ଆସିଛି ଏଭଳି ଖବର । ପୋଲିସ ଅଭିଯୁକ୍ତ ବାପାକୁ ଅଟକ ରଖି ପଚରା ଉଚରା କରୁଛି ।

ସ୍ତ୍ରୀ ସହ ଅପ୍ରାକୃତିକ ଶ।ରୀରୀକ ସମ୍ପର୍କ ରଖୁଥିଲା ସ୍ୱାମୀ । ଇଛା ନଥାଇ ମଧ୍ୟ ବାରମ୍ବାର ଏଭଳି ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା । ତେବେ ସ୍ୱାମୀର ଏଭଳି ଦୋଷକୁ କ୍ଷମା କରି ଚାଲୁଥିଲା ସ୍ତ୍ରୀ । ତେବେ ଶେଷରେ ନିଜ ଜନ୍ମକଲା ଦୁଇ ନାବାଳିକା ଝିଅଙ୍କ ଉପରେ ବାପାର ଖରାପ ନଜର ପଡ଼ିବା ପରେ ବାଧ୍ୟ ହୋଇ ଆଇନର ଆଶ୍ରୟ ନେଲେ ମହିଳା । ପୋଲିସ ଦୁଇ ନାବାଳିକା ଝିଅଙ୍କ ବୟାନ ରେକର୍ଡ କରିଛି । ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।