Odia News Portal

ଅଡୁଆରେ ପଞ୍ଜାବ ସରକାର, ଚୁପ୍ ରହିଛନ୍ତି ରାହୁଲ ଗାନ୍ଧୀ

ଅମୃତସର: ଶସ୍ତାରେ ଟିକା କିଣି ଘରୋଇ ହସ୍ପିଟାଲରେ ବିକ୍ରି କରୁଛନ୍ତି ପଞ୍ଜାବ ସରକାର । ୪ ଶହ ଟଙ୍କାରେ ଟିକା କିଣି ଘରୋଇ ହସ୍ପିଟାଲରେ ହଜାରେ ଟଙ୍କାରେ ବିକୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପଞ୍ଜାବରେ ଏବେ ଗାଁରେ ଅଧିକ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ଏଭଳି ସ୍ଥଳେ କଂଗ୍ରେସ ସରକାରରେ ଥିବା ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରେନ୍ଦର ସିଂହଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ରାଜସ୍ୱ ବଢ଼ାଇବା ଲକ୍ଷ୍ୟରେ ଟିକା ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି ।

ଟିକା ପ୍ରସଙ୍ଗକୁ ନେଇ ସବୁବେଳେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ତେବେ ଏବେ ନିଜ ପଞ୍ଜାବରେ ନିଜ ସରକାରରେ ଥିବା କଂଗ୍ରେ ସରକାର ଟିକା ମାମଲାରେ ଫଶିଛି । କିନ୍ତୁ ଏଯାବତ ରାହୁଲ କୌଣସି ପ୍ରତିକ୍ରିୟା ରଖିନଥିବା ଦେଖିବାକୁ ମିଳିଛି । ସେପଟେ ମୌକା ଅପେକ୍ଷାରେ ଥିବା ବିଜେପି କଂଗ୍ରେସ ମରକ୍ଷକ୍ଷକ୍ଟଆ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛି । କାହିଁକି ଚୁପ୍ ବସିଛନ୍ତି ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ସମଗ୍ର ପଞ୍ଜାବ କରୋନାରେ ଆକ୍ରାନ୍ତ। ଏଠାରେ ଗାଁରେ ଅଧିକ ସଂକ୍ରମିତ ଏବେ ଚିହ୍ନଟ ହେଉଛନ୍ତି ସହର ତୁଳନାରେ। କିନ୍ତୁ ରାଜ୍ୟ ସରକାର ଟିକାକରଣ କରି ଲାଭ ରଖିବା ଉଦ୍ଦେଶ୍ୟରେ ବେଆଇନ କାମକୁ ପ୍ରୋତ୍ସାହିତ କରୁଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ତିନି ଚାରି ଦିନ ହେବ ଆଭ୍ୟନ୍ତରୀଣ କନ୍ଦଳ ପାଇଁ ଦିଲ୍ଲୀରେ ପଞ୍ଜାବ ନେତା। ଏଭଳି ସ୍ଥିତିରେ ପଞ୍ଜାବର ଲୋକଙ୍କୁ ଅଣଦେଖା କରିବା କଂଗ୍ରେସ ଦଳର ସବୁଠାରୁ ବଡ ପାପ।