Odia News Portal

ଆର୍ୟନଙ୍କ ପାଇଁ ଶାହାରୁଖଙ୍କ ହାତରୁ ଗଲା ବିଜ୍ଞାପନ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ପୁଅ ଆର୍ୟନ ଖାନ ଗିରଫ ହେବା ପରେ ଏବେ ଏହାର ପ୍ରଭାବ ତାଙ୍କ ବାପା ଶାହରୁଖ ଖାନଙ୍କ ପେସାଦାର ଜୀବନ ଉପରେ ମଧ୍ୟ ପଡ଼ିଛି। ଲର୍ନିଂ ଆପ୍ ବାଇଜୁସ୍ ଏବେ ଶାହାରୁଖଙ୍କ ସମସ୍ତ ବିଜ୍ଞାପନ ଉପରେ ରୋକ୍ ଲଗାଇବାକୁ ନିଷ୍ପତ୍ତି ନେଇଛି ।

କ୍ରୁଜ୍ ଡ୍ରଗ୍ସ ମାମଲାରେ ଆର୍ୟନ ଖାନଙ୍କ ନାମ ସାମ୍ନାକୁ ଆସିବା ପରଠାରୁ ଗୋଟିଏ ପଟେ ଶାହାରୁଖ ଖାନଙ୍କୁ ତାଙ୍କ ପ୍ରଶଂସକ ସମର୍ଥନ ଜାରି ରଖିଥିବା ବେଳେ ଅନ୍ୟ ପଟେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ୍ କରାଯାଉଛି। ଡ୍ରଗ୍ସ ପାର୍ଟି ମାମଲା ଏବେ ଶାହରୁଖଙ୍କ ବ୍ରାଣ୍ଡ ଚାହିଦା ଉପରେ ନକାରାତ୍ମକ ପ୍ରଭାବ ପକାଇଛି । କେବଳ ବାଇଜୁସ୍ ଶାହାରୁଖଙ୍କ ସମସ୍ତ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇ ନାହିଁ, ବରଂ ଏହି ବଲିଉଡ୍ ସୁପରଷ୍ଟାରଙ୍କ ପ୍ରି-ବୁକିଂ ବିଜ୍ଞାପନକୁ ମଧ୍ୟ ରିଲିଜ୍ କରାଯାଉ ନାହିଁ ।

ଶାହାରୁଖଙ୍କୁ ନିଜର ବ୍ରାଣ୍ଡ ଆମ୍ବାସଡର କରିଥିବାରୁ ସୋସିଆଲ ମିଡିଆରେ ବାଇଜୁସ୍ କୁ ଟ୍ରୋଲ୍ କରାଯାଉଛି । ଟ୍ରୋଲ ପୋଷ୍ଟରେ କୁହାଯାଉଛି ଯେ ଶାହାରୁଖଙ୍କୁ ବ୍ରାଣ୍ଡ ଆମ୍ବାସାଡର କରି କମ୍ପାନୀ କେଉଁ ବାର୍ତ୍ତା ଦେଉଛି? ଅଭିନେତାମାନେ ନିଜ ପୁଅକୁ ଏସବୁ ଶିଖାନ୍ତି କି? ଏଥି ସହିତ ଶାହାରୁଖଙ୍କ କାରଣରୁ ବାଇଜୁସ୍ କୁ ନେଇ ଅନେକ ମିମ୍ ମଧ୍ୟ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ କମ୍ପାନୀର ଛବି ନଷ୍ଟ ହୋଇଥିବାରୁ ଶାହରୁଖ ଖାନଙ୍କ ବିଜ୍ଞାପନ ପ୍ରସାରଣ ବର୍ତ୍ତମାନ ପାଇଁ ବନ୍ଦ କରିବାକୁ ବାଇଜୁସ୍ ନିଷ୍ପତ୍ତି ନେଇଥିବା କୁହାଯାଇଛି ।