Odia News Portal

ବର୍ଷା- ଅନୁଭବ ବିବାଦ, ଛାଡ଼ପତ୍ର ମାମଲା ଖାରଜ ଲାଗି ବର୍ଷାଙ୍କ ଆବେଦନ

କଟକ: ତୁଟୁନି ଓଲିଉଡ଼ର ଷ୍ଟାରକପୁଲ ବର୍ଷା ଅନୁଭବଙ୍କ ବିବାଦ । ଦିନକୁ ଦିନ ନୂଆ ରୂପ ନେଉଛି ବିବାଦ । ଛାଡ଼ପତ୍ର ମାମଲା ଦିଲ୍ଲୀର ପଟିଆଲା ହାଉସ କୋର୍ଟରୁ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର ହୋଇ ଶୁଣାଣି ହେଉଥିବା ବେଳେ ଆଜି ଶୁଣାଣି ପାଇଁ ଧାର୍ୟ୍ୟ ସତ୍ତ୍ବେ ଉଭୟ ହାଜର ହୋଇନାହାନ୍ତି। ଏହି ମାମଲାରେ ମଧ୍ୟସ୍ଥତା କେନ୍ଦ୍ରରେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ସମ୍ଭବ ନହେବାରୁ ଉଭୟଙ୍କୁ ଫ୍ୟାମିଲି କୋର୍ଟର ମଧ୍ୟସ୍ଥତା ଚୂଡାନ୍ତ ପର୍ୟ୍ୟାୟରେ ରହିଛି। ହେଲେ ଆଜି କେହି ହାଜର ହୋଇ ନଥିବାରୁ ଆସନ୍ତା ୩୧ତାରିଖରେ ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି। ତେବେ ଅନୁଭବଙ୍କ ପକ୍ଷରୁ ଦାୟର କରାଯାଇଥିବା ଛାଡ଼ପତ୍ର ବା ବିବାହ ବିଚ୍ଛେଦ ମାମଲାକୁ ଖାରଜ କରାଯିବା ପ୍ରାର୍ଥନା କରି ପତ୍ନୀ ବର୍ଷା ଅଦାଲତରେ ଏକ ପିଟିସନ ଦାଖଲ କରିଛନ୍ତି। ଅନ୍ୟପଟରେ ଅନୁଭବଙ୍କ ପକ୍ଷରୁ ମଧ୍ୟ ଓକିଲଙ୍କ ମାଧ୍ୟମରେ ବିବାହ ବିଚ୍ଛେଦ ତଥା ପାରିବାରିକ ହିଂସା ମାମଲାରେ ସାକ୍ଷ୍ୟ ସମ୍ପର୍କିତ ଏକ ସତ୍ୟପାଠ ବି ଦାଖଲ କରାଯାଇଛି। ବର୍ଷାଙ୍କ ଆବେଦନ ସହ ଅନୁଭବଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି ଆସନ୍ତା ୩୧ତାରିଖକୁ ଧାର୍ୟ୍ୟ କରାଯାଇଛି।