Odia News Portal

ରାକ୍ଷସ ରୂପେ ‘ବେକାବୁ’ରେ ନଜର ଆସିବେ ବିଗବସ୍ -୧୬ର ପ୍ରତିଯୋଗୀ ସାଲିନ ଭନୋଟ

ରାକ୍ଷସ ହେଲେ ରିୟାଲିଟି ସୋ’ ବିଗ୍ ବସ୍-୧୬ର ବିବାଦୀୟ ପ୍ରତିଯୋଗୀ ଶାଲିନ ଭନୋଟ। ‘ବିଗ୍ ବସ୍ ୧୬’ ରେ ଅଂଶଗ୍ରହଣ କରି ବିବାଦୀୟ ହୋଇଥିବା ଅଭିନେତା ଶାଲିନ୍ ଭନୋଟ୍ ଖୁବ୍ ଶୀଘ୍ର ଏକତା କପୁରଙ୍କ ନୂଆ ଧାରାବାହିକ ‘ବେକାବୁ’ରେ ନଜର ଆସିବେ। ଶାଲିନଙ୍କୁ ‘ବେକାବୁ’ରେ ସୁଯୋଗ ଦିଆଯାଉଥିବା ନେଇ ସୋ’ର ନିର୍ମାତା ବିଗ୍ ବସର ଫାଇନାଲରେ ଘୋଷଣା କରିଥିଲେ। ଏବେ ଏହି ସୋ’ର ପ୍ରୋମୋ ସାମ୍ନାକୁ ଆସିଛି।

ଧାରାବାହିକ ‘ବେକାବୁ’ରେ’ ଶାଲିନଙ୍କ ସହ ନଜର ଆସିବେ ଇସ୍କ ସୁଭାନଆଲ୍ଲା’ର ଅଭିନେତ୍ରୀ ଇଶା ସିଂ। ଏହି ଧାରାବାହିକ ଅଲୌକିକ ଶକ୍ତି ଥିବା ଦୁଇ ଚରିତ୍ର ଉପରେ ଆଧାରିତ। ଏଥିରେ ଶାଲିନ୍ ଭନୋଟ ରାକ୍ଷସ ଭୂମିକାରେ ନଜର ଆସିବା ସହ ଇଶା ସିଂ ପରୀ ଭୂମିକାରେ ଅଭିନୟ କରୁଛନ୍ତି। ସୋ’ର ପ୍ରୋମୋ ରିଲିଜ ହେବା ପରେ ଏହା ଦୁହିଁଙ୍କ ପ୍ରଶଂସକଙ୍କୁ ବହୁତ ଖୁସି କରିଛି।

‘ବେକାବୁ’ରେ ଶାଲିନ ଭନୋଟ ଏବଂ ଇଶା ସିଂ ପରସ୍ପରକୁ ଭଲ ପାଉଥିବାର ନଜର ଆସିବେ। ଉଭୟଙ୍କୁ ପରସ୍ପର ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିବ। ରାକ୍ଷସ ଜଗତକୁ ରୋକିବା ପାଇଁ ଏବଂ ପୃଥିବୀରୁ ଏହାର ପ୍ରଭାବ ଦୂର କରିବା ପାଇଁ ଜଣେ ପରୀ ପୃଥିବୀକୁ ଓହ୍ଲାଇବେ। ଏହା ପରେ ରାକ୍ଷସ ଏବଂ ପରୀଙ୍କ ମଧ୍ୟରେ ଲଢ଼େଇ ହେବ ବୋଲି ସୋ’ର ପ୍ରମୋରେ ଦେଖିବାକୁ ମିଳିଛି।