Odia News Portal

ଆରୟନଙ୍କ ପାଇଁ ବଡିଗାର୍ଡ ରଖିବେ ଶାହରୁଖ ଖାନ

ଆର୍ଯ୍ୟନ୍‌ ଜେଲ୍‌ରୁ ମୁକୁଳିବା ପରେ ଶାହାରୁଖ ଏବଂ ଗୌରୀ ପୁଅକୁ ନେଇ ସତର୍କ ହୋଇଯାଇଛନ୍ତି । ବର୍ତ୍ତମାନ ଦୁହେଁ ଆର୍ଯ୍ୟନଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ନେଇ ସବୁ ଠାରୁ ଦୂରେଇ ରଖିବେ ବୋଲି ଭାବିଛନ୍ତି। ଡ୍ରଗ୍ସ ମାମଲାରେ ଫସି ଜେଲ ଯିବା ପରେ ଶାହାରୁଖ ଏବଂ ଗୌରୀ ବହୁତ ଚିନ୍ତାରେ ଥିଲେ। ବର୍ତ୍ତମାନ ପୁଅ ଘରକୁ ଫେରିବା ପରେ ଦୁହେଁ ବଡ ନିଷ୍ପତ୍ତି ନେଇଛନ୍ତି । ଏବେ ଖବର ମିଳିଛି ଯେ ଶାହାରୁଖ ଖାନ ଏବଂ ଗୌରୀ ଖାନ ଆର୍ଯ୍ୟଙ୍କ ପାଇଁ ପର୍ସନାଲ ବଡ଼ିଗାର୍ଡ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଶାହାରୁଖଙ୍କ ସହ ତାଙ୍କ ବଡ଼ିଗାର୍ଡ ସବୂବେଳେ ଛାଇ ପରି ରହିଥାନ୍ତି। ସେହିପରି ଆର୍ଯ୍ୟନଙ୍କର ସହ ମଧ୍ୟ ଏକ ବଡ଼ିଗାର୍ଡ ରହିବ ।

ଏକ ସୂତ୍ରରୁ ପ୍ରକାଶ ଯେ, ‘ଏହି ଘଟଣା ପରେ ଶାହରୁଖଙ୍କୁ ପୁରା ଅସ୍ତବ୍ୟସ୍ତ କରିଦେଇଛି। ସେ ଭାବୁଛନ୍ତି ଯେ ଯଦି ଆର୍ଯ୍ୟଙ୍କର ନିଜର ବଡ଼ିଗାର୍ଡ ଥାଆନ୍ତେ, ତେବେ ବୋଧହୁଏ ଏହି ସବୁ ଜିନିଷ ଏତେ ବଢ଼ି ନଥାନ୍ତା । ଯଥାଶୀଘ୍ର ଆର୍ଯ୍ୟନଙ୍କ ପାଇଁ ଜଣେ ବଡ଼ିଗାର୍ଡ ରଖିବାକୁ ଶାହାରୁଖ ନିଷ୍ପତ୍ତି ନେଇଛନ୍ତି।ଏହା ବ୍ୟତୀତ ଏଭଳି ଏକ ଖବର ଏମିତି ବି ଆସିଛି କି, ପୁଅ ଆର୍ଯ୍ୟନ୍‌ଙ୍କୁ ଦିପାବଳୀ ପରେ ମନ୍ନତରୁ ଦୂରେଇ ରଖିବାକୁ ଭାବୁଛନ୍ତି।