Odia News Portal

କଙ୍ଗନାଙ୍କ ବିରୋଧରେ ଚାଲିବ ମାମଲା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ଚାଲିବ ମାମଲା । ଆଜି ଏନେଇ ସୂଚନା ଦେଇଛନ୍ତି ବମ୍ବେ ହାଇକୋର୍ଟ । ଜାଭେଦଙ୍କ ମାମଲା ଖାରଜ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କଙ୍ଗନା । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ନେଇ ଏହି ମାମଲା ରୁଜୁ ହୋଇଛି । ଜାଭେଦ ଅଖତାର ଆଇପିସି ୪୯୯ ଓ ୫୦୦ ଧାରା ଆଧାରରେ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ।


ଏକ ଟିଭି ଚ୍ୟାନେଲକୁ ଦେଉଥିବା ସାକ୍ଷାତକାର ସମୟରେ ବଲିଉଡର ଆଗଧାଡିର ଅଭିନେତ୍ରୀ କଙ୍ଗନା ରଣାଓ୍ଵତ ଜାଭେଦଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେଥିରେ ଜାଭେଦଙ୍କ ସମ୍ମାନ ହାନି ଭଳି ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ଗତ ୧ ତାରିଖରେ ବମ୍ବେ ହାଇକୋର୍ଟ କଙ୍ଗନାଙ୍କ ମାମଲାର ଶୁଣାଣି କରିଥିଲେ । ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ ।