Odia News Portal

ସାରା ଜଗତକୁ ହସାଉଥିବା କମେଡିକିଙ୍ଗ କପିଲ କ’ଣ ନିଜ ସ୍ତ୍ରୀଙ୍କୁ ହସାଇ ପାରନ୍ତି କି?

ସାରା ଦୁନିଆର ଲୋକଙ୍କୁ ହସାଉଥିବା କମେଡିଆନ୍‌ କପିଲ୍‌ ଶର୍ମା ନିଜ ପତ୍ନୀ ଗିନିଙ୍କୁ କିନ୍ତୁ ସବୁବେଳେ ହସାଇ ପାରନ୍ତି ନାହିଁ। ଏମିତି ବି ସମୟ ଆସେ ଯେବେ କପିଲଙ୍କ ଉପରେ ରାଗି ଯାଆନ୍ତି ଗିନି। କମେଡି କିଙ୍ଗ୍‌ କପିଲ୍‌ଙ୍କର ଏପରି କିଛି ଗୁଣ ଅଛି ଯାହା ଗିନିଙ୍କୁ ପସନ୍ଦ ଆସେ ନାହିଁ। ତାପରେ ସେ ନିଜ ସ୍ବାମୀଙ୍କ ବିରୋଧରେ ଅଭିଯୋଗ ବି ଆଣନ୍ତି।

କପିଲ ଓ ତାଙ୍କ ପତ୍ନୀ ଗିନି ପ୍ରଶଂସକଙ୍କ ପ୍ରିୟ ଯୋଡ଼ି। ସେମାନଙ୍କ ଭିତରର ଭଲପାଇବା ଓ ଜବରଦସ୍ତ କେମେଷ୍ଟ୍ରି ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଥାଏ। ହେଲେ ଗିନିଙ୍କ ଅଭିଯୋଗ ରହିଛି ଯେ କପିଲ ତାଙ୍କ ସହ ବେଶି କଥା ହୁଅନ୍ତି ନାହିଁ। ଯାହାକି ଗିନିଙ୍କୁ ଆଦୌ ପସନ୍ଦ ଆସେ ନାହିଁ।

କପିଲ୍‌ ଏ ସଂପର୍କରେ ନିଜେ ହିଁ ନିଜ ସୋ’ରେ କହିଛନ୍ତି। ତାଙ୍କ କହିବା କଥା ହେଉଛି ଦିନ ଯାକ କଥା ହୋଇ ହୋଇ ଶେଷରେ ଘରେ ପହଞ୍ଚି ଟିକେ ଚୁପ୍‌ ରହିବାକୁ ଭଲପାଆନ୍ତି। ହେଲେ ଗିନିଙ୍କୁ ଲାଗେ କପିଲ ତାଙ୍କ ସହ କଥା ହେବାକୁ ଭଲପାଉନାହାନ୍ତି।

କପିଲ୍‌ ଘରେ ଚୁପ୍‌ ରହିଲେ ଆଦୌ ବି ପସନ୍ଦ କରନ୍ତିନି ଗିନି। ସେ ଚାହାନ୍ତି କପିଲ୍‌ ତାଙ୍କ ସହ କଥା ହୁଅନ୍ତୁ। ହେଲେ କପିଲ୍‌ ଚାହାନ୍ତି ଘରେ ଟିକେ ଶାନ୍ତ ରହିବାକୁ। ଏହି କାରଣରୁ ଦୁହିଁଙ୍କ ମଧ୍ୟରେ ବେଳେ ବେଳେ ମନୋମାଳିନ୍ୟ ବି ଉପୁଜେ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଏହି ଦମ୍ପତିଙ୍କର ୨ ପିଲା ବି ଅଛନ୍ତି। ଜଣେ ପୁଅ ଓ ଜଣେ ଝିଅ।