Odia News Portal

ପୁଅ ଫେରିବା ଖୁସିରେ ଝଲସୁଛି ମନ୍ନତ

ମୁମ୍ବାଇ କୋର୍ଡିଲିଆ ଡ୍ରଗ୍ସ ମାମଲାରେ ବେଲ୍ ପାଇ ଶନିବାର ଘରକୁ ଫେରିଛନ୍ତି ବଲିଉଡ୍ ବାଦ୍‌ଶାହ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ। ପୁଅ ଫେରିବା ଖୁସୀରେ ସେଦିନ କାନ୍ଦି ପକାଇଥିଲେ ଶାହରୁଖ। ଆଉ ଆଜି ଦୀପାବଳି ପୂର୍ବରୁ ବିଭିନ୍ନ ଦାମିକିଆ ଲାଇଟ୍‌ରେ ଜଲସୁଛି ବଲିଉଡ୍ କିଂଙ୍କ ବିଳାସମୟ ରାଜମହଲ। ଏହା ପୂର୍ବରୁ ଆର୍ଯ୍ୟନଙ୍କ ବେଲ୍ ମିଳିବା ପରେ ଶାହରୁଖ ଫ୍ୟାନମାନେ ଖୁସୀର ନାଚଗୀତ କରିବା ସହିତ ତାଙ୍କ ଘର ମନ୍ନତ ବାହାରେ ଉତ୍ସବ ପାଳନ କରିଥିଲେ। ନାଚ ଗୀତରେ ମସ୍‌ଗୁଲ ହେବା ସହ ଖାନ୍‌ଙ୍କ ଝଲକ୍ ପାଇବା ପାଇଁ ଘରା ବାହାରେ ଲୋକେ ଲାଇନ୍ ଲଗାଇଥିଲେ। ଆଉ ଆଜି ବି କିଂ ଖାନ୍‌ଙ୍କ ଘର ମନ୍ନତ ଆଲୋକମାଳାରେ ଝଲକୁଛି।