Odia News Portal

ମନ ମୋହିବ ‘ଲାଗେ ପ୍ରେମ ନଜର ’

ଭୁବନେଶ୍ୱର: ପରଦାକୁ ଆସିବାକୁ ଯାଉଛି ନୂଆ ଓଡ଼ିଆ ଫିଲ୍ମ ‘ଲାଗେ ପ୍ରେମ ନଜର’ । ଅମ୍ଲାନ ଓ ପ୍ରିୟାଙ୍କ ଅଭିନୀତ ଏହି ଚଳଚ୍ଚିତ୍ରର ଗୀତ ଗୁଡ଼ିକ ବେଶ ଚିତାକର୍ଷକ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ବହୁ ପ୍ରତିକ୍ଷିତ ଏହି ଫିଲ୍ମର ସଙ୍ଗୀତ ଲୋକାର୍ପିତ ହୋଇଯାଇଛି । ରାଜଧାନୀର ଏକ ତାରକା ହୋଟେଲରେ ବର୍ଣ୍ଣାଢ଼୍ୟ ପରିବେଶରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ ଓ ସଂସ୍କୃତି ସଚିବ ରଞ୍ଜନ କୁମାର ଦାସ ଯୋଗ ଦେଇଥିଲେ । ସେପଟେ ଅନ୍ୟ ଅତିଥିମାନଙ୍କ ସହ ଉକ୍ତ ଚଳଚ୍ଚିତ୍ରର ପ୍ରଯୋଜକ ବ୍ୟୋମକେଶ ଓ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ । ଅଡ଼ିଓ ରିଲିଜ୍ ବେଳେ ଗୀତିକାର ନିର୍ମଳ ନାୟକ , ରଂଜନ ଦାସ , ଅରୁଣ ମନ୍ତ୍ରୀ ଏବଂ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ ଉପସ୍ଥିତ ଥିଲେ । ଏମାନଙ୍କ ସହ ଏସବୁ ଗୀତରେ କଣ୍ଠଦାନ କରିଥିବା କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗର , କୁଲଦୀପ , ଗୌରବ , ଅସୀମା ପଣ୍ଡା , ଅପତା ଚୌଧୁରୀ , ଦୀପ୍ତିରେଖା ପାଢ଼ୀ ଓ ଅନନ୍ୟା ଶ୍ରୀତମ୍ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ କାହାଣୀ ରଚନା କରିଛନ୍ତି ଖଗେଶ୍ବର ଶେଜପଡ଼ା ଏବଂ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ସଂଳାପ ଲେଖିଛନ୍ତି ଚିନ୍ମୟ ଦାସପଟ୍ଟନାୟକ । ଚଳଚ୍ଚିତ୍ରଟି ଆଉ କିଛି ଦିନ ମଧ୍ୟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ଏହାର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଥିଲେ । ‘ ଲାଗେ ପ୍ରେମ ନଜର ‘ ଚଳଚ୍ଚିତ୍ରରେ ଦର୍ଶକ ନାୟକ- ଅମ୍ଳାନଙ୍କୁ ତିନିଜଣ ନାୟିକା ପ୍ରିୟା , ରିୟା ଓ ରାଗିଣୀଙ୍କ ଉପରେ ନଜର ପକେଇଥିବାର ଦେଖିବାକୁ ମିଳିବ । ଏମାନଙ୍କ ଏଇ ସିନେମାରେ ସମେତ ପପି ସନ୍ତୁକା , ବବି ମିଶ୍ର , ଅମର ପ୍ରମୁଖଙ୍କୁ ଦେଖିବାକୁ ପାଇବେ ।