Odia News Portal

ପୂଜାରେ ‘ଅଜବ ଗାଁର ଗଜବ କଥା’

ଭୁବନେଶ୍ୱର: ଏଥରକ ଦୁର୍ଗାପୂଜାରେ ହସିବେ ଓଡ଼ିଆ ଦର୍ଶକ । ହସି ହସି ବେଦମ କରାଇବା ଲାଗି ଆସୁଛନ୍ତି କମେଡି କିଙ୍ଗ ପପୁ ପମପମ । ପୂଜାରେ ରିଲିଜ୍ ହେବାକୁ ଯାଉଛି ପପୁ ପମପମଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗାଁର ନାଁ ଗାଲୁଆପୁର । ଫିଲ୍ମଟି ଆସନ୍ତା ୧୫ ତାରିଖରେ ରିଲିଜ ହେବ । ଫୁଲ କମେଡି ସାଙ୍ଗକୁ ପାରିବାରିକ କାହାଣୀ ଉପରେ ଆଧାରିତ ଏହି ଫିଲ୍ମ । ଅଜବ ଗାଁର ଗଜବ କଥା ହେଉଛି ଗାଁର ନାଁ ଗାଲୁଆପୁର । ଏଥିରେ ପପୁଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ମନୀଷାଧର ମହାପାତ୍ର । ଉଭୟଙ୍କ କେମେଷ୍ଟ୍ରି ଦର୍ଶକଙ୍କ ମନକୁ ମୋହିବ ବୋଲି ଆଶା ରଖିଛି ପ୍ରଯୋଜନା ସଂସ୍ଥା । ଏପରିକି ପୂଜା ବଜାରରେ ଫିଲ୍ମଟି ଘାଣ୍ଟିବ ବୋଲି ମଧ୍ୟ କୁହାଯାଇଛି ।

ପ୍ରତିମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହୋଇଥିବା ଏହି ଫିଲ୍ମଟି ସନ୍ତୋଷ ଶତପଥୀଙ୍କ ନିବେଦିତ । ସେପଟେ ଫିଲ୍ମର ପ୍ରାଯାଜନା ଭାର ସମ୍ଭାଳିଛନ୍ତି ସମ୍ପ୍ରିତ ସ୍ୱରୂପ ଶତପଥୀ । ସହପ୍ରଯୋଜନା ରହିଛନ୍ତି ସମ୍ବିତ ସ୍ୱରୂପ ଶତପଥୀ,ଦୀପ୍ତିରଞ୍ଜନ ସାହୁ, ସବ୍ୟସଜି ଜେନା ଓ ଦିବ୍ୟଲୋଚନ ସାହୁ । ସେପଟେ କାହାଣୀ,ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ନନ୍ଦଲାଲ ମହାପାତ୍ର । ଏହାସହ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଜିତେନ୍ଦ୍ର ମହାପାତ୍ର ଏବଂ ସଙ୍ଗୀତ ନିର୍ଦ୍ଦେଶନା ଭାର ତୁଲାଇଥିଲେ ସ୍ୱର୍ଗତ ଅମରେନ୍ଦ୍ର ମହାନ୍ତି । ହସ୍ୟରସ ଉପରେ ଆଧାରିତ ଏହି ଏହି ଫିଲ୍ମରେ ଅନ୍ୟ କଳାକାରଙ୍କ ମଧ୍ୟରେ ରହିଛନ୍ତି ମିହିର ଦାସ,କୁନା ତ୍ରିପାଠୀ,ଅନ୍ତର୍ଯ୍ୟାମୀ ପଣ୍ଡା ଏବଂ ସୁଜିତ୍ ପ୍ରମୁଖ ନଜର ଆସିବେ । ସବୁଠାରୁ ବଡ଼ କଥା ହେଉଛି କି ନବାଗତା ନାୟିକା ମନୀଷାଙ୍କ ଲାଗି ଏହା ଚ୍ୟାଲେଞ୍ଜ ହେବ । ଦୀର୍ଘଦିନ ହେବ ଏହି ଫିଲ୍ମକୁ ନେଇ ଚର୍ଚ୍ଚା ହେଉଥିବାବେଳେ ସବୁ ଚର୍ଚ୍ଚାର ଅନ୍ତ ଘଟିଛି । ଆଉ ପପୁଙ୍କ ସହ ତାଙ୍କ କେମେଷ୍ଟ୍ରି ଦର୍ଶକଙ୍କ ବେଶ ପସନ୍ଦ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ତେବେ ଦେଖିବାକୁ ବାକି ରହିଲା ପୂଜା ବଜାରରେ ଦର୍ଶକଙ୍କ ମନକୁ କେତେ ମୋହୁଛି ଏହି ଫିଲ୍ମ ।