Odia News Portal

ହୃଦୟବାନ ରବିନା

ମୁମ୍ବାଇ: ମଷ୍ଟ ମଷ୍ଟ ଗାର୍ଲ ତଥା ନବେ ଦଶକର ଚୁଲବୁଲି ନାୟକି ରବିନା ଟଣ୍ଡନ ଜଣେ ହୃଦୟବାନର ପରିଚୟ ଦେଇଛନ୍ତି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୂ ପ୍ରଭାବରେ ମୁମ୍ବାଇରେ ଲଗାଣ ବର୍ଷା ଜାରି ରହିଛି । ଅନେକ ସ୍ଥାନ ଜଳମଗ୍ନ ହୋଇଥିବା ବେଳେ ବହୁ ଲୋକଙ୍କ ଜୀବନ ମଧ୍ୟ ଯାଇଛି । ଗତକାଲି କୋଠା ଭୁଷୁଡି ୧୧ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଏଭଳି ସ୍ଥଳେ ପଶୁ ପ୍ରତି ଦୟା ଦେଖାଇଛନ୍ତି ରବିନା ।

ବର୍ଷା ପାଣିରେ ବୁଡ଼ି ରହିଥିବା ଏକ କୁକୁରକୁ ଉଦ୍ଧାର କରିଛନ୍ତି ରବିନା । ଭୟଭୀତ ଅବସ୍ଥାରେ ଥରୁଥିବା ଏକ କୁକୁରକୁ ଉଦ୍ଧାର କରି କୋଳରେ ଧରିଥିବା ନଜର ଆସିଛନ୍ତି । ନିଜ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏହି ଫଟୋ ଟିକୁ ପୋଷ୍ଟ କରିଛନ୍ତି ରବିନା । ଯାହାକୁ ୟୁଜର୍ସମାନେ ଲାଇକ୍‌, କମେଣ୍ଟ ଦେଇଛନ୍ତି । ସୋସିଆଲ ମିଡିଆରେ ବେଶ ଅକ୍ଟିଭ ରୁହନ୍ତି ରବିନା । ଯଦିଓ ଏବେ ସେ ଅଳ୍ପ ଫିଲ୍ମରେ ନଜର ଆସନ୍ତି ତେବେ ନିଜ ପ୍ରଂଶସକଙ୍କ ଲାଗି ସବୁବେଳେ ସୋସିଆଲ ମିଡିଆରେ ନୂଆ ନୂଆ ଫଟୋ ପୋଷ୍ଟ କରିବାରେ ମାହିର ରହିଥାନ୍ତି ରବିନା । ତେବେ ରବିନାଙ୍କ ଏହି ପଶୁଙ୍କ ପ୍ରତି ଦୟାଭାବ ଫଟୋକୁ ଫ୍ୟାନ୍ସମାନେ ପ୍ରଂଶସା କରିଛନ୍ତି ।