Odia News Portal

ବିଗବସ ହାଉସକୁ ଆଉ ଆସିବେ କି ନାହିଁ ସମିତା ସେଟ୍ଟୀ

‘ବିଗ୍ ବସ୍ ୧୫’ର ସୋମବାର ଏପିସୋଡରେ ଶମିତା ଶେଟ୍ଟୀଙ୍କୁ ଅସୁସ୍ଥତା ହେତୁ ଘରୁ ବାହାର କରି ଦିଆଯାଇଥିଲା। କିଛି ଦିନ ଧରି ଶମିତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା। ଏହା ପୂର୍ବରୁ କୁହାଯାଇଥିଲା ଯେ ଶମିତା ୧-୨ ଦିନରେ ଶୋ’କୁ ଫେରି ଆସିବେ କିନ୍ତୁ ସେ ଏପର୍ଯ୍ୟନ୍ତ ବାହାରେ ଅଛନ୍ତି। ଶମିତା ଶେଟ୍ଟି କେବେ ଶୋ’କୁ ଫେରିବେ ପ୍ରଶଂସକ ଅପେକ୍ଷାର ସହ ଚାହିଁ ରହିଛନ୍ତି। କିନ୍ତୁ ଶମିତା ଏପର୍ଯ୍ୟନ୍ତ ଫେରି ନାହାଁନ୍ତି। ଯାହାକୁ ନେଇ ପ୍ରଶଂସକ ଚିନ୍ତାରେ। ବର୍ତ୍ତମାନ ତାଙ୍କ ମା ସୁନନ୍ଦା ଶେଟ୍ଟୀ ନିଶ୍ଚିତ କରିଛନ୍ତି ଯେ ଶମିତା ଶୋ’କୁ ଫେରିବେ। ଜଣେ ପ୍ରଶଂସକଙ୍କ ପ୍ରଶ୍ନ ପରେ ଶମିତା ଶେଟ୍ଟୀଙ୍କ ମା ଏହା ପ୍ରକାଶ କରିଛନ୍ତି। ଜଣେ ପ୍ରଶଂସକ ଟ୍ୱିଟ୍ କରି ପଚାରିଛନ୍ତି, ମାଡାମ୍ ଆପଣଙ୍କ ଝିଅକୁ ବିବି ହାଉସରୁ ବାହାର କରି ଦିଆଯାଇଛି … ସେ ଶୋ’କୁ ଫେରିବେ କି ନାହିଁ? ଯାହାର ଉତ୍ତରରେ ସୁନନ୍ଦା ଶେଟ୍ଟୀ ହଁ କହିଛନ୍ତି।