Odia News Portal

ସୁନ୍ଦର ତ୍ୱାଚା ପାଇଁ ଏହିପରି କରନ୍ତୁ……

ସୁନ୍ଦର ଓ ଚିକ୍କଣ ତ୍ୱାଚା କାହାକୁ ବା ନପସନ୍ଦ । କିନ୍ତୁ ବର୍ତ୍ତମାନ ରାସାୟନିକ ସାର ମିଶା ଖାଦ୍ୟ ତଥା କେମିକାଲ ମିଶ୍ରିତ ବିଭିନ୍ନ ପଦାର୍ଥ ଓ ବାହାରର ବାୟୁ ପ୍ରଦୂଷଣ ଆମ ଚେହେରାକୁ ଖରାପ କରିବା ସହ, ମୁହଁରେ ବୟସର ମାତ୍ରା ମଧ୍ୟ ଅଧିକ ଦେଖାଉଛି । ଯାହାଦ୍ୱାରା ତ୍ୱାଚାର ପ୍ରାକୃତିକ ଚମକ ମଧ୍ୟ ନଷ୍ଟ ହୋଇଯାଇଥାଏ । ତେବେ ଏଭଳି ପରିସ୍ଥିତିରେ ଆପଣ ମାନେ ବହୁତ ଡାକ୍ତରଙ୍କ ପରାମର୍ଶ କରିବା ସହ ଅନେକ ପ୍ରଡକ୍ଟ ମଧ୍ୟ ବ୍ୟବହାର କରୁଥିବେ । ଅନେକ ଟଙ୍କା ଖର୍ଚ୍ଚ କଲାପରେ ବି ଏହାର ସମାଧାନ ନମିଳିଲେ ମନରେ କଷ୍ଟ ତ ନିହାତି ହେଉଥିବ ।
କିନ୍ତୁ ଆଉ ଚିନ୍ତା କରିବାକୁ ପଡିବ ନାହିଁ, ଏମିତି ଏକ ଘରୋଇ ନୁସ୍କା ଆପଣମାନଙ୍କୁ ଜଣାଇଦେବାକୁ ଯାଉଛି ଯାହା ଆପଣଙ୍କ ସବୁ ଚିନ୍ତାକୁ ଦୂର କରିଦେବ. ତେବେ ଏହାର ସାଧାରଣ ଉପକରଣ ଆପଣଙ୍କୁ ଘରୁ ବାହାରକୁ ଯିବାକୁ ଦେବନି, ଏହାର ସମସ୍ତ ଉପକରଣ ଆପଣଙ୍କୁ ଘରେ ତ ନିହାତି ମିଳିଯିବ । ତେବେ ଆସନ୍ତୁ ଜାଣିନେବା ଏହା କ’ଣ କ’ଣ ଓ ଏହାକୁ ଲଗାଇବାର ଉପାୟ ।

ସେଗୁଡିକ ହେଲା କଞ୍ଚା ହଳଦୀ, ବେସନ, ଚନ୍ଦନ, ମହୁ ଆଉ ଲେମ୍ବୁ : ପ୍ରଥମେ କଞ୍ଚା ହଳଦୀ ଓ ଚନ୍ଦନକୁ ଘୋରୀ ସେଥିରେ ଅଧା ଚାମଚ ବେସନ, ୨ ଠୋପା ମହୁ ଓ ସେଥିରେ ୩ ରୁ ୪ ଠୋପା ଲେମ୍ବୁ ମିଶାଇ ଭଲଭାବରେ ମିଶାଇ ମୁହଁରେ ଲଗାଇ ମାଲିସ କର ଏବଂ ଏହାକୁ ରାତି ସାରା ଲଗାଇ ରଖି ସକାଳେ ଥଣ୍ଡା ପାଣିରେ ଧୋଇନିଅ ।
ଏହି ପରି ୧ ମାସ କରିବା ଦ୍ୱାରା ମୁହଁରେ ସମସ୍ତ ଦାଗ, ବ୍ରଣ, ବାର୍ଦ୍ଧକ୍ୟତା ଦୂର ହେବ ।