Odia News Portal

ହାପି ବାର୍ଥ ଡେ କିଙ୍ଗ ଖାନ

ଆଜି ବଲିଉଡ୍ ସେନ୍ସେସନ୍ କିଙ୍ଗ ଖାନଙ୍କ ଜନ୍ମଦିନ । ୫୬ ବର୍ଷରେ ପାଦ ଥାପିଛନ୍ତି ଶାହାରୁଖ୍ ଖାନ୍ । ତଥାପି ରୋମାଣ୍ଟିକ୍ ହିରୋ ଭାବେ କୋଟି ହୃଦୟର ରାଜା ହୋଇଛନ୍ତି ଶାହାରୁଖ୍ । ଏଥିପାଇଁ ତାଙ୍କ ପାଖକୁ ଛୁଟୁଛି ଅଜସ୍ର ଶୁଭେଚ୍ଛା । ଆଉ ଏହି ଜନ୍ମଦିନରେ ତାଙ୍କୁ ମିଳିଯାଇଛି ସବୁଠୁ ବଡ ଉପହାର ।

ଅକ୍ଟୋବର ମାସ ଥିଲା ଶାହାରୁଖ ଖାନଙ୍କ ପାଇଁ ଅତି ଉଦବେଗଜନକ । ପୁଅର ଗିରଫଦାରୀକୁ ନେଇ ଉଭୟ ଶାହାରୁଖ ଓ ଗୌରୀ ଯେପରି ବାହାର ଜଗତରୁ ନିଜକୁ ଦୂରେଇ ଯାଇଥିଲେ । ହେଲେ ପୁଅ ଆରୟନ ଘରକୁ ଫେରିବା ପରେ ଶାହାରୁଖଙ୍କ ଖୁସି କହିଲେ ନସରେ । ଅନେକ ଦିନର ଦୁଃଖକୁ ଭୁଲି ଆଜି ନିଜ ଜନ୍ମଦିନରେ ବେଶ ଖୁସ ମିଜାଜରେ ନଜର ଆସିଛନ୍ତି । ଆଜି ତାଙ୍କ ଜନ୍ମ ଦିନକୁ ସେଲିବ୍ରେଟ କରିବା କରିବାକୁ ପୂର୍ବ ରାତିରୁ ମନ୍ନତକୁ ଆଲୋକ ମାଳାରେ ସଜାଇ ଦିଆଯାଇଛି । ମନ୍ନତ ଏବେ ଯେମିତି ଜନ୍ନତ ପାଲଟିଛି । ତାଙ୍କ ଖୁସିକୁ ଦ୍ୱିଗୁଣା କରିବାକୁ ଦୁଇ ପୁଅ ଓ ଝିଅ ସମସ୍ତେ ଏକାଠି ହୋଇଛନ୍ତି ।