Odia News Portal

‘ନିଜକୁ ପ୍ରାଥମିକତା ଦିଅ; ସବୁକିଛି ପଛରେ ଆସିବ’

ଫିଟନେସ୍ ଲକ୍ଷ୍ୟ ସ୍ଥିର କରିବା ଅତ୍ୟନ୍ତ ସହଜ କିନ୍ତୁ ଏ ସେତେ କଷ୍ଟଦାୟକ ଯଦି ସେ ଲକ୍ଷ୍ୟକୁ ପୂରଣ କରିବାକୁ ଆପଣ ସେତେ ପରିଶ୍ରମ କରୁନାହାନ୍ତି । କିନ୍ତୁ ଯଦି ଆପଣ ଏହି ବର୍ଷ କିଛି ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି, ତେବେ ମିନି ମାଥୁରଙ୍କ ଏଠାରେ କିଛି ଆବଶ୍ୟକୀୟ ପ୍ରେରଣାଦାୟକ ମନ୍ତ୍ର ଅଛି।
ମିନି ମାଥୁର : ଟିଭି ହୋଷ୍ଟ ତଥା ଅଭିନେତା ତାଙ୍କ ସୋସିଆଲ ମିଡିଆରେ ସେୟାର କରିଥିଲେ ଯେ ସେ ତାଙ୍କ ସ୍ୱାସ୍ଥ୍ୟ ଏବଂ ଫିଟନେସ ଉପରେ ଧ୍ୟାନ ଦେବା ପାଇଁ ସୋସିଆଲ ମିଡିଆରୁ କିଛି ସମୟ ନେଇଥିଲେ। ସେ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ ମୁଁ ଚଳିତ ବର୍ଷ ମୋ ନିଜ ପାଇଁ କିଛି କରିବାକୁ ଚାହୁଁଛି ।
ସେ ନିଜ ପୋଷ୍ଟରେ ଲେଖିଛନ୍ତି “ତିନିସପ୍ତାହ ଧରି ମୁଁ ସୋସିଆଲ ମିଡିଆରୁ ଦୂରେଇ ଥିଲି , ଦେଖିବାକୁ ଚାହୂଁଥିଲି ଯେ କଣ ଏମିତି ଅଛି ଯାହା ଦ୍ୱାରା ମୁଁ ନିଜ ଠାରୁ ଦୂରେଇ ଯାଉଛି । କଣ ଏହା ଭୟ? ନା ମୁଁ ମୋ ଆତ୍ମବିଶ୍ୱାସ ହରାଇ ବସିଛି । କଣ ଏହା ମୋର ଇଚ୍ଛା ଶକ୍ତିର ଅଭାବର ପ୍ରଭାବ? ନା ମୋର ବାର୍ଦ୍ଧକ୍ୟ ଆସିଗଲାଣି? ହଁ ନିହାତି ଭାବରେ ବୟସ ତ ହେଲାଣି । କିନ୍ତୁ କାହିଁକି ଏହା ମୁଁ ଭାବିବି ଯେ ମୁଁ କଣ ଅନୁଭବ କରୁଛି, ପରିସ୍ଥିତି ଯାହା ବି ହେଉ ମୁଁ କଣ କରିବାକୁ ଚାହୁଁଚି ସେଟା ଭୁଲିବା ଉଚିତ ନୁହଁ । ତେବେ ଏହି ବର୍ଷ ମୁଁ ମୋ ପାଇଁ କିଛି କରିବାକୁ ଚାହୁଁଥିବା ଗୋଟିଏ ଜିନିଷ ହେଉଛି ନିଜ ପାଇଁ କିଛି କରି ଦେଖାଇବା ଏବଂ ବିଶ୍ୱାସ କର ଯେ ତୁମେ ଯେଉଁଠାକୁ ଯିବାକୁ ଚାହୁଁଛ ଓ ଯାହା କରିବାକୁ ଚାହୁଁଛ ତାହା ପାଇବାରେ ଏବେବି ବିଳମ୍ବ ହେଇନାହିଁ । ଏବଂ ମୁଁ ମୋର ସଂକଳ୍ପକୁ ଭଲପାଏ ବୋଲି ଇନଷ୍ଟାଗ୍ରାମରେ ୪୭ ବର୍ଷର ମଥୁର ଲେଖିଛନ୍ତି”। ତେବେ ସଂକଳ୍ପ କର ଓ ଆଗକୁ ବଢି ନିଜ ଲକ୍ଷ୍ୟ ହାସଲ କର ।