Odia News Portal

ଆଉ ୨ ଚିତା ଶାବକଙ୍କ ମୃତ୍ୟୁ

ମଧ୍ୟପ୍ରଦେଶ କୁନୋ ନ୍ୟାସନାଲ ପାର୍କରେ ୨ ଚିତା ଶାବକଙ୍କ ମୃତ୍ୟୁ । ଦୁଇ ଚିତା ଶାବକ ଦୁର୍ବଳ ହୋଇଥିବାର ଚିକିତ୍ସାଧୀନ ଥିଲେ । ନ୍ୟାସନାଲ ପାର୍କରେ ଚିତା ଶାବକଙ୍କ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ମାର୍ଚ୍ଚ ୨୪ରେ ୪ଟି ଚିତା ଛୁଆ ଜନ୍ମ ହୋଇଥିଲେ । ଦକ୍ଷିଣ ଆଫ୍ରିକାର ଜଣେ ବଣ୍ୟଜନ୍ତୁ ବିଶେଷଜ୍ଞ ଭିନସେଣ୍ଟ ଭାନ ଡର ମାରଓ୍ବେ, ଯିଏକି ଭାରତ ସରକାରଙ୍କ ଏହି ଚିତା ପ୍ରକଳ୍ପରେ ବି ଜଡ଼ିତ ଅଛନ୍ତି, କେତେକ ଚିନ୍ତାଜନକ କଥା କହିଛନ୍ତି । ଯେ ଆଗାମୀ କିଛି ମାସରେ ଆହୁରି କିଛି ଚିତାଙ୍କ ମୃତ୍ୟୁ ହେବ । କାରଣ ଚିତାମାନେ ଜଙ୍ଗଲରେ ନିଜର ଅଂଚଳ ସ୍ଥାପନ କରିବାକୁ ଉଦ୍ୟମ କରିବେ ଓ ଏହା କରିବା ବେଳେ ସେମାନେ ଜଙ୍ଗଲରେ ଥିବା ବାଘ ଓ କଲରାପତ୍ରିଆ ବାଘମାନଙ୍କ ସହ ମୁହାଁମୁହିଁ ହେବେ । ଫଳରେ ଏହି ଲଢେଇରେ କେତେକ ଚିତାଙ୍କ ମୃତ୍ୟୁ ହୋଇପାରେ । ଭାରତରେ ଚିତାମାନଙ୍କ ସୁରକ୍ଷିତ ରଖିବାକୁ ହେଲେ ସେମାନଙ୍କୁ ତାରବାଡ଼ ଦ୍ବାରା ବନ୍ଦ କରାଯାଇଥିବା ଜଙ୍ଗଲରେ ରଖାଯିବା ଉଚିତ ବୋଲି ସେ କହିଛନ୍ତି । ଖୋଲା ଜଙ୍ଗଲରେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି ।
ପୂର୍ବରୁ ଦକ୍ଷିଣ ଆଫ୍ରିକାରେ ହୋଇଥିବା ଚିତା ପ୍ରକଳ୍ପ ଗୁଡ଼ିକ ବାରମ୍ବାର ବିଫଳ ହୋଇଥିଲା । କାରଣ ସେମାନଙ୍କୁ ବାଡ଼ ଦ୍ବାରା ନିବୁଜ ଜଙ୍ଗଲରେ ରଖାଯାଇନଥିଲା । ଏଣୁ ଭାରତ ସରକାର ଏଥିରୁ ଶିକ୍ଷାଲାଭ କରିବା ଉଚିତ ବୋଲି ସେ କହିଛନ୍ତି ।