Odia News Portal

ଆଜିଠାରୁ ଲାଗୁ ହେବ ଏହି ସବୁ ପରିବର୍ତ୍ତନ, ସୁନା, ଔଷଧ ହେବ ମହଙ୍ଗା; ଆଉ କ’ଣ ବଦଳିବ ଜାଣନ୍ତୁ

ଆଜିଠାରୁ (ଏପ୍ରିଲ୍ ୧) ନୂଆ ଆର୍ଥିକ ବର୍ଷ ୨୦୨୩-୨୪ ଆରମ୍ଭ ହୋଇଛି । ଏହା ସହିତ ଅନେକ ନୂଆ ନିୟମ ଲାଗୁ ହେବା ସହ କିଛି ନୂଆ ଯୋଜନା ମଧ୍ୟ ଆରମ୍ଭ ହେବ | ପେଟ୍ରୋଲିୟମ କମ୍ପାନୀଗୁଡିକ ନୂଆ ଆର୍ଥିକ ବର୍ଷର ପ୍ରଥମ ଦିନରେ କମର୍ସିଆଲ ବା ବ୍ୟାବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି।

ଏହାଛଡ଼ା ସୁନା ଓ ଅଳଙ୍କାର ଉପରେ ସୀମା ଶୁଳ୍କ ଆଜି ଠାରୁ ୨୦% ରୁ ୨୫% କୁ ବୃଦ୍ଧି ପାଇଛି, ଯେଉଁ କାରଣରୁ ଏହାର ଦର ବଢ଼ିବା ସମ୍ଭାବନା ରହିଛି । ପେନ୍ କିଲର୍, ଆଣ୍ଟିବାୟୋଟିକ୍ ଏବଂ ହୃଦ୍ ରୋଗ ପାଇଁ ଔଷଧ ମଧ୍ୟ ମହଙ୍ଗା ହୋଇଛି | ନିମ୍ନରେ ବିସ୍ତୃତ ଭାବେ ପ୍ରଦତ୍ତ କରାଗଲା ଆଜିଠୁ ଲାଗୁ ହୋଇଥିବା ଏପରି କିଛି ପରିବର୍ତ୍ତନ ସମ୍ପର୍କରେ..