ମେଷ: ଜଣେ ବନ୍ଧୁଙ୍କ ଘରକୁ କୌଣସି ଏକ ଉତ୍ସବକୁ ନିମନ୍ତ୍ରିତ ହୋଇ ଗଲେ ମଧ୍ୟ ଆପଣ ଉତ୍ସବର ମଜା ନେଇପାରିବେ ନାହିଁ । ଏହାର କାରଣ ମଧ୍ୟ ସୁସ୍ପଷ୍ଟ । ନିଜର ଶରୀରର ଅସୁସ୍ଥତା ଲାଗି ରହୁଥିବାରୁ ଓ ମନ ଉତେଜିତ ଥିବାରୁ ସେଠାରେ ଖୁସି ମିଳିବ ନାହିଁ । କାରଣ ଆପଣଙ୍କ ବୃତ୍ତିରେ ଉଚ୍ଚପଦସ୍ଥ ଅଫିସରଙ୍କ ସହ ଭୁଲ ବୁଝାମଣା ଓ ଘରର ସଦସ୍ୟଙ୍କ ସହ ମନୋମାଳିନ୍ୟ ଏହାର ମୂଳ କାରଣ ହୋଇପାରେ । ନିଜର ମନକୁ ଟିକେ ଆଘାତ ପାଇଲେ ଉତ୍ତେଜିତ ହେବା ଆଦୌ ଶୋଭନୀୟ ନୁହେଁ । ଏପରିକି ଏହି ପ୍ରକୃତି ଯୋଗୁଁ ଆପଣଙ୍କ କୌଣସି ନୂଆ ଆବଶ୍ୟକିୟ ପ୍ରକଳ୍ପକୁ ଆଘାତ ପହଞ୍ଚାଇପାରେ ।
ବୃଷ: ଆଜି ଦିନଟି ଯୋଗ ଓ ଧ୍ୟାନ କଲେ ମାନସିକ ଶାନ୍ତି ପାଇପାରିବେ । ଉପରିସ୍ଥ ହାକିମ ତଥା ସହକର୍ମୀମାନେ ଆପଣଙ୍କୁ ଦେଇଥିବା କାର୍ଯ୍ୟର ଚାପରୁ ମୁକ୍ତି ମିଳିବ ନାହିଁ । ବହୁ ପ୍ରତିକ୍ଷିତ କାର୍ଯ୍ୟର ସଫଳତାର ଖବର ପାଇବା ବିଳମ୍ୱିତ ହୋଇପାରେ । କୌଣସି ସ୍ଥାନକୁ ବୁଲିବାକୁ ଇଚ୍ଛାଥିଲେ ବି ଯାଇପାରିବେନି । ନିଜକୁ ଆଳସ୍ୟ ଘେରରେ ରଖି ମାନସିକ ଶାନ୍ତି ପାଇବେ ନାହିଁ । ତେଣୁ ଧୈର୍ଯ୍ୟହୀନ ନହୋଇ ସୁଦିନକୁ ଅପେକ୍ଷା କରନ୍ତୁ । ଖାଇବା ପିଇବାରେ ସତର୍କତା ଅବଲମ୍ୱନ କରନ୍ତୁ କୌଣସି ନୁତନ କାର୍ଯ୍ୟ ହାତକୁ ନିଅନ୍ତୁ ନାହିଁ ।
ମିଥୁନ: ଆଜି ଆପଣ ଖାଦ୍ୟ,ପାନୀୟ ଏବଂ ଆଗ୍ରହୀ ବନ୍ଧୁଙ୍କ ଗହଣରେ ମୌଜ ମଜଲିସରେ ଲିପ୍ତ ରହିବେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସଫଳ ହେବ । ସହକର୍ମୀ, ପ୍ରିୟତମା ଏବଂ ପିଲାଦିନର ବନ୍ଧୁଙ୍କ ସଙ୍ଗେ ଭ୍ରମଣ ଜନିତ ଆମୋଦପ୍ରମୋଦରେ ସମୟ କାଟିବେ ଏବଂ ପ୍ରଫୁଲ୍ଲ ହୋଇ ରହିବେ । ସ୍ୱାସ୍ଥ୍ୟ ଭଲ ରହିବ । ଦିନଟି ଭଲରେ କଟିବ ।
କର୍କଟ: ଶତ୍ରୁଙ୍କ ଉପରେ ବିଜୟଲାଭ କରିବେ, ବାନ୍ଧବୀଙ୍କ ସହ ସାକ୍ଷାତ ଆପଣଙ୍କୁ ଉଲ୍ଲସିତ କରିବ । ଏକ ସୁସ୍ଥ ମାନବ ଜୀବନ ପାଇଁ ସର୍ବଶ୍ରେଷ୍ଠ ଉପହାର ଆପଣଙ୍କୁ ଆଜି ସହଜରେ ଉପଲବ୍ଧ ହେବ । ନିଜ ବୃତ୍ତିଗତ କାର୍ଯ୍ୟରେ ସହକର୍ମୀ ଓ ସହଯୋଗୀଙ୍କ ସହଯୋଗରେ କଠିନ କାର୍ଯ୍ୟ କରିବାରେ ସକ୍ଷମ ହେବେ । ଆଜିପରି ଅଶାପ୍ରଦ ଶାନ୍ତିମୟ ଦିନ କ୍ୱଚିତ ଆସିଥାଏ । ତେଣୁ ଜୀବନକୁ ମଧୁମୟ କରିବାକୁ ପରିବାରର ସଦସ୍ୟଙ୍କ ସହିତ ମୌଜ ମଜଲିସରେ ସମସ୍ତ ଦିନଟିକୁ ଉପଭୋଗ କରିବା ଉଚିତ୍ |
ସିଂହ: ଦିନଟି ଖୁସିରେ କଟିବ । ନୂତନ କବିତା ଲେଖିବା ପାଇଁ ପ୍ରେରଣା ପାଇବେ । ପ୍ରେମାଳାପ ମଧୁର ଓ ଫଳଯୁକ୍ତ ହେବ । ପିଲାଙ୍କ ପ୍ରଗତିରେ ସୁଫଳ ପ୍ରାପ୍ତି ହେବ । ପିଲାମାନେ ପାଠପଢାରେ ଉଚ୍ଚ ଫଳ ଯୁକ୍ତ ହେବେ । ସାଙ୍ଗ ତଥା ସ୍ତ୍ରୀଙ୍କ ଠାରୁ ଲାଭ ହେବ ।
କନ୍ୟା: ଆଜି ଦିନସାରା ନିଷ୍କ୍ରିୟ ଓ ଅଳସୁଆ ମନେ କରିବେ | କିନ୍ତୁ ଆଜି ଏକ ସାଧାରଣ ଦିବସ ଅଟେ | ଆଜି ଆପଣଙ୍କ ଶାରୀରିକ ଅସୁସ୍ଥତା ଏବଂ ମାଆଙ୍କର ଅସୁସ୍ଥତା ଆପଣଙ୍କ ମୁଣ୍ଡବ୍ୟଥାର କାରଣ ହୋଇପାରେ | ଜଣେ ପ୍ରିୟଜନଙ୍କ ସଙ୍ଗେ ସାମାନ୍ୟ ଝଗଡା, ଜନସାଧାରଣଙ୍କ ମିଥ୍ୟା ଅପବାଦ କିମ୍ୱା ହଠାତ୍ ଖର୍ଚ୍ଚ ବୃଦ୍ଧି ଆପଣଙ୍କୁ ମଧ୍ୟ ଚିନ୍ତାଗ୍ରସ୍ତ କରିପାରେ | ଜଳାଶୟ କିମ୍ୱା ମହିଳାଙ୍କ ଠାରୁ ଦୂରେଇ ରୁହନ୍ତୁ । ନିଜର ସମ୍ପତ୍ତି ଓ ଗୃହର ଯାବତୀୟ ଦରକାରୀ କାଗଜପତ୍ରକୁ ସୁରକ୍ଷିତ କରି ରଖନ୍ତୁ ।
ତୁଳା: ଆଜି ଆପଣଙ୍କ ପାଇଁ ଏକ ସୌଭାଗ୍ୟଶାଳୀ ଓ ଆମୋଦ ପ୍ରମୋଦର ଦିନ ଅଟେ । ବନ୍ଧୁ ବାନ୍ଧବ ଓ ଭାଇ ଭଉଣୀଙ୍କ ସହ ଏକ ଧର୍ମୀୟ ସ୍ଥାନକୁ ଯିବାପାଇଁ ଯୋଜନା କରିପାରନ୍ତି । ଆର୍ଥିକ ସ୍ଥିତି ଭଲ ରହିବ । ନୂଆ ଦୁଃସାହାସିକ କାର୍ଯ୍ୟ କରିବାକୁ ଉତ୍ସାହିତ ହେବେ ଏବଂ ସଫଳ ହେବେ । ବିଦେଶରୁ ଶୁଭ ଖବର ପାଇବେ । ଆପଣ ଲାଭଜନକ ବ୍ୟବସ୍ଥାରେ ପୁଞ୍ଜି ଲଗାଣ କରିବେ । ଆପଣ ନିଜର ଭାଇଙ୍କ ସହ ଘର ଓ ପରିବାର ବିଷୟରେ ତେଜସ୍ୱୀ ଆଲୋଚନା କରିବାରେ ବ୍ୟସ୍ତ ରହିପାରନ୍ତି । ବ୍ୟବହାରିକ କାର୍ଯ୍ୟରେ ହଠାତ୍ ବାହାରକୁ ଯାତ୍ରା କରିବାକୁ ପଡିପାରେ । ମାତ୍ର ଶେଷରେ ଏହାର ଫଳାଫଳ ଶୁଭ ହୋଇପାରେ । ଆପଣଙ୍କ ଶାରୀରିକ ଓ ମାନସିକ ସୁସ୍ଥତା ଅତୁଟ ରହିବ ।
ବିଛା: ନିଜର ପରିବାରର ସଦସ୍ୟ କିମ୍ୱା ସାମାଜିକ ସ୍ତରରେ ଭୁଲ ବୁଝାମଣାର ଶିକାର ହୋଇପାରନ୍ତି | ତେଣୁ ମତଭେଦ ହେବା ପରି ଘଟଣାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ | ଏହିଭଳି କିଛି ଭ୍ରାନ୍ତିକୁ ଦୂର କରିବାକୁ ପ୍ରାଣପୂର୍ବକ ଚେଷ୍ଟା କରନ୍ତୁ | ନିଜକୁ ଏହିଭଳି ସ୍ଥିତିରୁ ମୁକୁଳିବାକୁ ଚେଷ୍ଟା ନକଲେ ସାଧାରଣ ସ୍ୱାସ୍ଥ୍ୟଗତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି | ଅଯଥା ଖର୍ଚ୍ଚକୁ ରୋକିବାକୁ ଚେଷ୍ଟା କରନ୍ତୁ । ବିଦ୍ୟାର୍ଥୀ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।
ଧନୁ: ନିଜ ଶରୀରର ଯତ୍ନ ନିଅନ୍ତୁ । କରୁଥିବା କାର୍ଯ୍ୟରେ ସଫଳତା, ଧନ ପ୍ରାପ୍ତି ହେବ । ଦେବ ଦର୍ଶନ କରିବେ । ବନ୍ଧୁ ବାନ୍ଧବଙ୍କ କାମରେ ସହଯୋଗ କରିବେ । ବିବାହିତ ଜୀବନ ସୁଖମୟ ହେବ । ଭଲ ବ୍ୟବହାର ଦେଖାଇବେ । ନାମ ଓ ଖ୍ୟାତି ଅର୍ଜନ କରିବେ ।
ମକର: ଧାର୍ମିକ ଏବଂ ଆଧ୍ୟାତ୍ମିକ ବିଷୟ ଗୁଡିକରେ ଆପଣଙ୍କ ମନ ଆକର୍ଷିତ ରହିବ ଏବଂ ସେଥିପାଇଁ ଆପଣ ବ୍ୟସ୍ତ ରହିବେ ଏବଂ ଏହିପାଇଁ ଖର୍ଚ୍ଚ ମଧ୍ୟ କରିବେ । ଆପଣ କୋର୍ଟ ସମସ୍ୟାରେ ମଧ୍ୟ ବାନ୍ଧି ହୋଇପାରନ୍ତି । ବ୍ୟବସାୟ ସମ୍ପର୍କିତ ବିଷୟରେ ଆପଣଙ୍କ ବିରୋଧି ସୃଷ୍ଟି ହୋଇପାରନ୍ତି । ଆପଣଙ୍କ ପ୍ରୀୟଜନଙ୍କ ଯଶରେ ହାନୀ ବହଞ୍ଚିପାରେ । ଶାରିରୀକ ଶକ୍ତି ଏବଂ ମାନସିକ ଶାନ୍ତି ଆପଣ କରାଇ ବସି ପାରନ୍ତି ।
କୁମ୍ଭ: ଆଜି ଆପଣଙ୍କ ପାଇଁ ଏକ ଅନୁକୂଳ ଦିନ । ବ୍ୟବସାୟୀମାନେ ଲାଭ ପାଇବାର ସମ୍ଭାବନା ରହିଛି । ସାଙ୍ଗମାନଙ୍କ ସହିତ ମିଳନ ହେତୁ ଆପଣଙ୍କ ମନ ଉଲ୍ଲାସ ରହିବ । ସାଙ୍ଗମାନଙ୍କ ସହିତ ଆପଣ ଏକ ଯାତ୍ରାରେ ଯାଇପାରନ୍ତି । ନୂଆ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଆଜି ହେଉଛି ଉପଯୁକ୍ତ ଦିନ ଯେହେତୁ ଗ୍ରହମାନେ ଅନୁକୂଳ ସ୍ଥାନରେ ଅଛନ୍ତି ।
ମୀନ: ବ୍ୟବସାୟ ପାଇଁ ଆଜି ହେଉଛି ଏକ ଭଲ ଦିନ । ଆପଣଙ୍କ ପ୍ରଚେଷ୍ଟା ସଫଳତାରେ ପରିଣତ ହେବ ଏବଂ ଆପଣଙ୍କ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ । ପଦନ୍ନୋତି ହୋଇପାରେ । ବ୍ୟବସାୟୀମାନେ କେବଳ ଲାଭ କରିବେ ତାହା ନୁହେଁ, ସେଥିରେ ମଧ୍ୟ ଅନେକ ଉନ୍ନତି କରିବେ । ବାପାଙ୍କଠାରୁ ଲାଭ ମିଳିପାରେ । ପରିବାରରେ ପରିବେଶ ଆନନ୍ଦ ଉଲ୍ଲାସରେ ଭରା ରହିବ ।
