Odia News Portal

ଏପରି ଏକ ମନ୍ଦିର, ଯେଉଁଠି ସୂର୍ଯ୍ୟଙ୍କ କିରଣ ପଡିଲେ ନଇଁଯାଏ ମନ୍ଦିର

ହିନ୍ଦୁ ଧର୍ମର ଲୋକଙ୍କ ପାଇଁ ମନ୍ଦିରଗୁଡ଼ିକର ବିଶେଷ ଗୁରୁତ୍ୱ ରହିଛି । ଦେଶରେ ସୂର୍ଯ୍ୟ ଭଗବାନଙ୍କୁ ଉତ୍ସର୍ଗୀକୃତ ଅନେକ ରହସ୍ୟମୟ ମନ୍ଦିର ଅଛି । ବିଶ୍ୱାସ କରାଯାଏ କଳିଯୁଗରେ ସୂର୍ଯ୍ୟ ଭଗବାନ ହେଉଛନ୍ତି ଏକମାତ୍ର ଭଗବାନ ଯିଏ ଏକ ଦୃଶ୍ୟମାନ ଭଗବାନ ଭାବରେ ପରିଗଣିତ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟ ଭଗବାନଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ରାଶି ଗ୍ରହଗୁଡିକ ଶାନ୍ତ ହୁଏ।

କିନ୍ତୁ ଜାଣନ୍ତି କି ଏପର ଏକ ମନ୍ଦିର ରହିଛି ଯେଉଁଠି ସୂର୍ଯ୍ୟ କିରଣ ପଡିଲେ ମନ୍ଦିର ସ୍ୱୟଂଚାଳିତ ଭାବେ ବଙ୍କା ହୋଇଯାଏ ।ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା , କିନ୍ତୁ ଏପରି ଏକ ମନ୍ଦିର ଉତ୍ତରାଖଣ୍ଡର ପିଥୋରାଗଡରେ ରହିଛି । ମନ୍ଦିରଟି ଗ୍ରାନାଇଟ୍ ପଥରରେ ନିର୍ମିତ । ଏହି ମନ୍ଦିରକୁ ବାହ୍ୟରୁ ଦେଖିଲେ ଏହା ପୂର୍ବ ଆଡକୁ ଢଳି ରହିଛି । ବିଶେଷଜ୍ଞଙ୍କ ଅନୁଯାୟୀ ଏହି ମନ୍ଦିରଟି ଦଶମ ଶତାବ୍ଦୀରେ ନିର୍ମିତ ହୋଇଥିଲା।

କୁହାଯାଏ କି ମନ୍ଦିରଟି ଅନେକ ବର୍ଷ ଧରି ସିଧା ଥିଲା । କିନ୍ତୁ କିଛି ବିଗତ କିଛି ବର୍ଷରୁ ଏହା ପୂର୍ବ ଆଡକୁ ଢଳି ରହିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ ।