Odia News Portal

ଓଡ଼ିଶାରେ ଚଳିତବର୍ଷ ଫେବ୍ରୁଆରୀରେ ରେକର୍ଡ ଜିଏସଟି ସଂଗ୍ରହ

ଚଳିତବର୍ଷ ଫେବ୍ରୁଆରୀ ମାସରେ ଓଡ଼ିଶାରେ ମୋଟ ଜିଏସଟି ବାବଦ ୫୧୩୫.୮୯ କୋଟି ଟଙ୍କା ଆଦାୟ ହୋଇଛି , ଯାହା କି ଏଯାବତ ସର୍ବାଧ‌ିକ ମୋଟ ଜିଏସଟି ସଂଗ୍ରହ । ୨୦୨୩ ମସିହା ଫେବ୍ରୁଆରୀ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୪୫୧୯.୩୫ କୋଟି ଟଙ୍କା । ତେଣୁ ଏ କ୍ଷେତ୍ରରେ ୧୩.୬୪ ପ୍ରତିଶତ ଅଭିବୃଦ୍ଧି ହାସଲ ହୋଇ ପାରିଛି । ଚଳିତ ଆର୍ଥିକ ବର୍ଷର ଫେବ୍ରୁଆରୀ ମାସ ସୁଦ୍ଧା ହୋଇଥିବା ମୋଟ ଜିଏସଟି ସଂଗ୍ରହ ପରିମାଣକୁ ବିଚାରକୁ ନେଲେ ଦେଖାଯିବ ଯେ , ଏ କ୍ଷେତ୍ରରେ ଗତ ଆର୍ଥିକ ବର୍ଷ ତୁଳନାରେ ୧୧ ଦଶମିକ ୦୭ ପ୍ରତିଶତ ଅଭିବୃଦ୍ଧି ସହ ୪୯୫୩୮ , ୬୪ କୋଟି ଟଙ୍କା ସଂଗୃହୀତ ହୋଇଛି । ସେହିପରି ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ଚଳିତ ବର୍ଷ ଫେବୃଆରୀ ମାସରେ ଓଡ଼ିଶା ୨୨୯୫.୪୧ କୋଟି ଟଙ୍କା ପାଇଥିବାବେଳେ ଗତବର୍ଷ ଫେବୃଆରୀ ମାସରେ ରାଜ୍ୟ ସଂଗ୍ରହ କରିଥିଲା ୧୬୭୩.୯୬ କୋଟି ଟଙ୍କା । ଫଳରେ ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୩୭.୧୨ ପ୍ରତିଶତ ।

ବଳିତ ଆର୍ଥିକ ବର୍ଷ ଫେବୃଆରୀ ମାସ ସୁଦ୍ଧା ରାଜ୍ୟ ଜିଏସଟି ଓ ସମନ୍ବିତ କିଏସଟି ବାବଦକୁ ପୁରା ସଂଗ୍ରହ ପରିମାଣ ୨୧୮୪୬.୫୫ କୋଟି ଟଙ୍କା ରହିଥ‌ିବା ବେଳେ ଗତ ଆର୍ଥିକ ବର୍ଷର ଫେବୃଆରୀ ମାସ ସୁଦ୍ଧା ଏହି ସଂଗ୍ରହ ରାଶି ଥିଲା ୧୬୭୧୦.୩୪ କୋଟି ଟଙ୍କା । ଫଳରେ ଏ ବାବଦରେ ୩୦.୭୪ ପ୍ରତିଶତ ଅଭିବୃଦ୍ଧି ହାର ହାସଲ ହୋଇ ପାରିଛି । ରାଜ୍ୟ ବାଣିଜ୍ୟକର ଏବଂ ଜିଏସଟି କମିଶନରରେଟ ଦ୍ବାରା ପରିଚାଳିତ ହେଉଥ‌ିବା ସମସ୍ତ ଟିକସ ବ୍ୟବସ୍ଥା ଯଥା ରାଜ୍ୟ ଜିଏସଟି / ସମନ୍ବିତ ଜିଏସଟି ଫଇସଲା , ଭାଗ , ବୁଲିଗତ କରି ଆଦିକୁ ଯଦି ବିଚାରକୁ ନିଆଯାଏ , ତେବେ ଦେଖାଯିବ ଯେ ଚଳିତ ଆର୍ଥିକ ବର୍ଷ ଫେବୃଆରୀ ମାସରେ ଏ ସମସ୍ତ ଟିକସ ବ୍ୟବସ୍ଥା ଅଧୀନରେ ୩୪୭୦.୭୫ କୋଟି ଟଙ୍କା ସଂଗୃହୀତ ହୋଇଛି । ଗତ ବର୍ଷ ଫେବୃଆରୀ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୨୭୬୫ , ୪୪ କୋଟି ଟଙ୍କା । ଫଳରେ ଏଥ‌ିରେ ୨୫.୫୦ ପ୍ରତିଶତ ଅଭିବୃଦ୍ଧି ଘଟିଛି ।

ଅପରପକ୍ଷରେ ଚଳିତ ଆର୍ଥିକ ବର୍ଷ ଫେବୃଆରୀ ମାସ ସୁଦ୍ଧା ଉପରୋକ୍ତ ସମସ୍ତ ଟିକସ ବ୍ୟବସ୍ଥାରେ ହୋଇଥ‌ିବା ସଂଗ୍ରହ ପରିମାଣ ୩୨୮୦୭.୬୭ କୋଟି ଟଙ୍କା ଥ‌ିବାବେଳେ ଗତବର୍ଷ ଫେବୃଆରୀ ମାସ ସୁଦ୍ଧା ହୋଇଥିବା ସଂଗ୍ରହ ପରିମାଣ ତୁଳନାରେ ଏହା ୨୦.୮୪ ପ୍ରତିଶତ ଅଧିକ । ୨୦୨୪ ମସିହା ଫେବୃଆରୀ ମାସରେ ୨୩.୭୭ ଲକ୍ଷ ସଂଖ୍ୟକ ଇ – ୱେବିଲ ନିର୍ଗମନ କରାଯାଇଥିବାବେଳେ ୨୦୨୩ ମସିହା ଫେବୃଆରୀ ମାସରେ ଏହି ସଂଖ୍ୟା ଥିଲା ୧୯.୮୬ ଲକ୍ଷ । ଫଳରେ ଏଥ‌ିରେ ୧୯.୬୯ ପ୍ରତିଶତ ଅଭିବୃଦ୍ଧି ଘଟିଛି , ଯାହା କି ରାଜ୍ୟରେ ଦେଖା ଦେଇଥିବା ଦୁବ ବାଣିଜ୍ୟିକ ଗତିବିଧ‌ିକୁ ସୂଚିତ କରୁଛି । ପୁନଶ୍ଚ ଜଣା ଯାଇଛି ଯେ , ୨୦୨୪ ମସିହା ଫେବୃଆରୀ ମାସରେ ନିର୍ଗମନ ହୋଇଥିବା ୱେବିଲ ମଧ୍ୟରୁ ୧୪.୦୬ ଲକ୍ଷ ୱେବିଲ ଅନ୍ତଃରାଜ୍ୟ କାରବାର ପାଇଁ ବ୍ୟବହୃତ ହୋଇଥିବାବେଳେ ୯.୭୧ ଲକ୍ଷ ସଂଖ୍ୟକ ୱେବିଲ ଆନ୍ତଃରାଜ୍ୟ କାରବାର ପାଇଁ ବ୍ୟବହୃତ ହୋଇଛି ।